ବିଷାକ୍ତ ଚକୋଲେଟ୍‌ ଖାଇ ୪ ଶିଶୁଙ୍କ ମୃତ୍ୟୃ

add-all

ଲକ୍ଷ୍ନୌ: ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍‌ ଖାଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ଦୁଇ ଜଣ ଝିଅ ଅଛନ୍ତି। ସେହିପରି ଚକୋଲେଟ ଛଡ଼ା ଘର ବାହାରେ ପଇସା ପଡ଼ିଥିବା ଦେଖାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ବଡ଼ ପିଲାଟି ଚକୋଲେଟ ଆଣି ଅନ୍ୟ ୩ ଜଣଙ୍କୁ ବାଣ୍ଟିଥିଲେ।
ଏହି ଚକୋଲେଟ ଖାଇବା ପରେ ୪ ଜଣ ଯାକ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ସମ୍ପୃକ୍ତ ପରିବାର ଅନୁସୂଚିତ ଉପଜାତି ବର୍ଗର ବୋଲି ଜଣାପଡ଼ିଛି।
ମୃତ୍ୟୁର କାରଣକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ପୃକ୍ତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁସିନଗର ଏସପିଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ବିଷକ୍ରିୟା ଲିଙ୍କକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.