ବିଭିନ୍ନ ଗଣସଂଗଠନଙ୍କ ପକ୍ଷରୁ ଶହୀଦ ଦିବସ ପାଳନ…

add-all


ବ୍ରହ୍ମପୁର : ଆଜି ସହରର ବିଭିନ୍ନ ଗଣସଂଗଠନ ଙ୍କ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ଛକଠାରେ ଶହୀଦ ଦିବସ କୁ ଯଥା ମର୍ଯ୍ୟାଦାର ସହ ପାଳନ କରାଯାଇଛି l ମାର୍ଚ୍ଚ 23ତାରିଖ 1931 ମସିହାରେ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ବ୍ରିଟିଶ ସରକାର ଲାହୋର ଜେଲରେ ଫାଶୀ ଦେଲା, ହେଲେ ଜୀବନ ବଞ୍ଚାଇବାପାଇଁ କୌଣସି କ୍ଷମା ପାର୍ଥନା ଦୂରେ ଥାଉ ଆଇନଗତ ଭାବେ ବି ଫାଶୀ ଦଣ୍ଡlଦେଶକୁ ପରିବର୍ତ୍ତନ ପାଇଁ ଏହି ବିପ୍ଲବୀ ଯୋଦ୍ଧାମାନେ କୌଣସି ଉଦ୍ୟମ କରିନଥିଲେ l ଏଣୁ ଏହି ବିପ୍ଲବୀ ଯୋଦ୍ଧା ମାନେ ହସି ହସି ଫାଶୀ କୁ ଗ୍ରହଣ କରିଥିଲେ ଯାହାଦ୍ୱାରା ସମଗ୍ର ବିଶ୍ୱବାସୀଙ୍କ ଆଗରେ ପୁଞ୍ଜିବାଦ, ସମ୍ରାଜ୍ୟବାଦ ବିରୁଦ୍ଧରେ ଏକ ବଡ଼ ଦୃଷ୍ଟାନ୍ତ ହୋଇପାରିବ ଓ ଭାରତର ଛାତ୍ର ଯୁବକ ମାନେ ନିର୍ଭୟ ଓ ନିଃସଙ୍କୋଚରେ ସମାଜବାଦ ପ୍ରତିଷ୍ଠା ଲାଗି ଲଢେଇର ରାସ୍ତା କୁ ଆସିବେ l ବର୍ତମାନ ଭାରତ ବର୍ଷରେ ଜାତିବାଦ, ସାମ୍ପ୍ରଦାୟିକତାବାଦ ଚରମସ୍ତରରେ ପହଁଚିଛି l ଭାରତର କର୍ପୋରେଟ ଜଗତର ଛତ୍ର ଛାୟା ତଳେ ଦିନକୁ ଦିନ ବୃଦ୍ଧି ପାଇ ସମ୍ପୂର୍ଣ ମଣିଷ ସମାଜକୁ ଭାଗ ଭାଗ କରିବାରେ ଲାଗିଛି l ଅନ୍ଧ ବିଶ୍ୱାସ କୁସଂସ୍କାର ବୃଦ୍ଧି ପାଇ ମଣିଷକୁ କୁପମଣ୍ଡୁତା ରେ ପରିଣତ କରାଯାଉଛି l ଶିକ୍ଷା, ସ୍ୱାସ୍ଥ୍ୟ ଚିକିଚ୍ଛା, ରୋଜଗାର ର କୌଣସି ଗ୍ୟାରେଣ୍ଟି ରହୁନାହିଁ l ସମସ୍ତଙ୍କୁ ଖାଦ୍ୟ ବସ୍ତ୍ର ବାସଗୃହ କେବଳ ଭାଷଣ ଓ ସ୍ଲୋଗାନରେ ରହିଯାଇଛି l ଦେଶ ରକ୍ଷା ନାଁ ରେ ପ୍ରତିରକ୍ଷା ବଜେଟ କୁ ବୃଦ୍ଧି କରି ଯୁଦ୍ଧ ର ନିହାତି ଆବଶ୍ୟକ ଭାବେ ଲୋକଙ୍କ ଧନ ଜୀବନକୁ ହତ୍ୟା କରାଯାଉଛି l ଏଣୁ ଏହି ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତିର ବିରୋଧ କଲେ, ତାକୁ ଦେଶଦ୍ରୋହୀ ଭାବେ ମିଥ୍ୟା କେସରେ ଯୋଡି ଦିଆଯାଉଛି l ଏଣୁ ଏହି ପରିପ୍ରେକ୍ଷୀରେ ଭଗତ ସିଂ ଙ୍କ ସ୍ବପ୍ନ ପୂରଣ ହୋଇନାହିଁ, ଭାରତ କୁ ପୁଞ୍ଜିବାଦ କବଳରୁ ରକ୍ଷା କରି ସମାଜବାଦ ପ୍ରତିଷ୍ଠା ପାଇଁ ଜନଗଣଙ୍କୁ ରାଜନୈତିକ ଭାବେ ସଚେତନ କରିବା ଆବଶ୍ୟକ ବୋଲି ଆଜି ଉପସ୍ଥିତ ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ l ଆଜିର ଏହି ଜନସଭାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବବାଦୀ ହେତୁବାଦୀ ସଂଗଠନ ର ସମ୍ପାଦକ କେ. ନନ୍ଦେସୁ ସେନାପତି,କିଶୋର ଚନ୍ଦ୍ର ମିଶ୍ର,ଜାମୁଲl ସୁରେଶ,ଓଡିଶା କୃଷକ ସଭାର ଗୋପାଳ ପାଣିଗ୍ରାହୀ,ଚାଷୀ ମୁଲିଆ ସଂଘର ନିରାକାର ନାୟକ, ଜନ ଜାଗରଣ ମଞ୍ଚର ଗଗନ ଚନ୍ଦ୍ର ମଲ୍ଲିକ,ସଂସ୍କାରବାଦୀ ର ତ୍ରିନାଥ ମହାରଣା, ସେବା ନିବୃତ କର୍ମଚାରୀ ସଂଘର ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଅଭିନୟ ଜଗତର ରବୀନ୍ଦ୍ର ନାୟକ,ମହାତ୍ମା ହେଲପିଙ୍ଗ କ୍ଲବ ର ଏମ. ଭେଙ୍କେଟରାମଣା,ଇଣ୍ଡିଆନ ଫେଡରେଶନ ଅଫ ଟ୍ରେଡ଼ ୟୁନିଅନର ପ୍ରତାପ ଚନ୍ଦ୍ର ପ୍ରଧାନ, ଖଲ୍ଲିକୋଟ କଲେଜ ଏନସିସି ର ଜେ. କେଶବ ପାତ୍ର,ସୁରେନ୍ଦ୍ର ନାଥ ପଣ୍ଡା, କିରଣ ମଣ୍ଡଳ, ଆଇନଜୀବୀ ହେଚ. ଟି. ଡେଭିଡ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଶିବରାମ, କେ. ବାସଭା ରାଜୁ, ସୁନଜ କୁମାର ପାଣିଗ୍ରାହୀ, ଏ. ସୁରେଶ,ରାଧାକାନ୍ତ ସାହୁ, କବିରାଜ ସାହୁ, ସୁବାଷ ଚନ୍ଦ୍ର ମିଶ୍ର, ଡି. ମୋହନ ରାଓ,ଦିନେଶ ପାତ୍ର, ଚନ୍ଦନ ପାତ୍ର, ଅଜିତ କୁମାର ସାହୁ, ମାୟାଧର ବିଷୋୟୀ, ଜନାର୍ଦନ ସାହୁ,ଉପେନ୍ଦ୍ର ହିଆଲ, ବଂଶୀଧର ଦାଶ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.