‘ବିଜେପି ଜିତିଲେ ରାଜନୀତି ଛାଡ଼ି ଦେବ ଆପ୍‌‘

add-all

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀ ପୌର ନିର୍ବାଚନକୁ ସ୍ଥଗତି ରଖିଥିବାରୁ କେଜ୍ରିୱାଲ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯଦି ବିଜେପି ଠିକଣା ସମୟରେ ଏହି ନିର୍ବାଚନ କରିବ ଓ ଏଥିରେ ଜିତି ଯିବ, ତା’ହେଲେ ଆପ୍‌ ରାଜନୀତି ଛାଡ଼ି ଦେବ ବୋଲି କେଜ୍ରିୱାଲ ସର୍ବସମ୍ମୁଖରେ କହିଛନ୍ତି। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଦିଲ୍ଲୀର ୩ ନଗର ନିଗମର ମିଶ୍ରଣ ଉପରେ ମୋହର ମାରିଥିଲେ।
ଏହାର ଅର୍ଥ ଦିଲ୍ଲୀରେ କେବଳ ଗୋଟିଏ ନଗର ନିଗମ ରହିବ। ଏ ସଂକ୍ରାନ୍ତ ବିଲ୍‌ ସଂସଦରେ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଦିଲ୍ଲୀ ପୌର ପାଳିକା ନିର୍ବାଚନ ସ୍ଥଗିତ ରହିଛି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତକୁ କେଜ୍ରିୱାଲ ନାପସନ୍ଦ କରିଛନ୍ତି।
ସେ କହିଛନ୍ତି, “ଯଦି ବିଜେପି ଠିକଣା ସମୟରେ ଏମସିଡି ନିର୍ବାଚନ କରିବ ଓ ଏହାକୁ ଜିତି ନେବ, ତା’ହେଲେ ଆମେ(ଆପ୍) ରାଜନୀତି ଛାଡ଼ି ଦେବୁ। ବିଜେପି କହୁଛି ସେମାନେ ବିଶ୍ୱର ସବୁଠାରୁ ବଡ଼ ରାଜନୀତିକ ଦଳ। କିନ୍ତୁ ସେମାନେ ଛୋଟ ପାର୍ଟି ଓ ଛୋଟ ନିର୍ବାଚନକୁ ଡରୁଛନ୍ତି। ବିଜେପିର ସାହାସ ଅଛନ୍ତି ଯଦି ଠିକଣା ସମୟରେ ଏମସିଡି ନିର୍ବାଚନ ଆୟୋଜନ କରୁ।”
କେଜ୍ରିୱାଲ ଟ୍ୱିଟରରେ ମଧ୍ୟ ବିଜେପିକୁ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଇଂରେଜମାନଙ୍କୁ ଦେଶରୁ ବିଦା କରି ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ବିଜେପି ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖି ଅପମାନିତ କରୁଛି। ଆଜି ସେମାନେ ହାରିବା ଭୟରେ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ନିର୍ବାଚନକୁ ସ୍ଥଗିତ ରଖିଲେ। ଆଗାମୀ ଦିନରେ ସେମାନେ ରାଜ୍ୟ ଓ ଦେଶର ନିର୍ବାଚନକୁ ମଧ୍ୟ ବନ୍ଦ କରିଦେବେ।”

ad-week
Leave A Reply

Your email address will not be published.