ଉତ୍ତରପ୍ରଦେଶ ବିକାଶ ଉପଯୋଗୀ ସୁଶାସନ ସ୍ବର : ଆଦରଣୀୟ ଯୋଗୀ ଆଦିତ୍ୟନାଥ ଅଭିନନ୍ଦନ

add-all

ଡାକ୍ତର ସାଗର ରଂଜନ ତ୍ରିପାଠୀ

ବିକାଶ ସୁଶାସନ ରାଷ୍ଟ୍ରବାଦ ଚିନ୍ତା ଚେତନା ର ସ୍ବର ଭାରତୀୟ ଜନତା ଦଳ ର ଲୋକ ପ୍ରିୟ ମୁଖ୍ଯ ମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଯୋଗୀ ଆଦିତ୍ୟ ନାଥ ଙ୍କ ଆଜି ଅପରାହ୍ନ ରେ ଲକ୍ଷ୍ନୌରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜଣେ ଯୋଗୀ ଭାରତୀୟ ସଂସ୍କାର ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ସମ୍ମାନ ଜଣାଇବା ସହିତ ରାଷ୍ଟ୍ର ନିର୍ମାଣ ରେ ଦେଶର ସବୁଠାରୁ ବଡ଼ ରାଜ୍ଯ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ର ସୈଭାଗ୍ୟ ଅର୍ଜନ କରିଥିବା ଯଶସ୍ୱୀ ରାଜନେତା ଯୋଗୀ ଆଦିତ୍ୟ ନାଥ। ତାଙ୍କ ପ୍ରତି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ରହିବା ସହିତ ପରସ୍ପର ମଧ୍ୟରେ ବିଚାର ଭାବନା ରେ ଏକ ଅତୁଟ ସଂପର୍କ ରହିବା ବିରଳ କୀର୍ତ୍ତି ସ୍ଥାପନ କରିଛି। ଦେଶ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ରାଷ୍ଟ୍ରବାଦୀ ନେତାଙ୍କ ଯୋଗଦାନ ସାରା ପୃଥିବୀର ତୁଙ୍ଗ ନେତୃତ୍ବ ଙ୍କ ପାଇଁ ଆଜି ଆଦର୍ଶ ସ୍ବରୂପ ଗ୍ରହଣ କରାଯାଇ ପାରିବ ଦ୍ବିଧା ନାହିଁ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଥ ଅନୁସରଣ କରି ଆଦରଣୀୟ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ର ବିକାଶ ସୁଶାସନ ରାଷ୍ଟ୍ରବାଦ କୁ ଗୁରତ୍ୱ ଦେଇ ଖୁବ୍ ଲୋକ ପ୍ରିୟ ଅର୍ଜନ କରିଛନ୍ତି। ଯୋଗୀଜୀ ଙ୍କ ପ୍ରତି ପ୍ରଚଣ୍ଡ ଜନମତ ଜନାଦେଶ ସବୁଠାରୁ ବଡ଼ ପ୍ରମାଣ। ଜଣେ ଭାରତୀୟ ସନ୍ଥ ମାତ୍ର ପଚାଶ ବର୍ଷ ରୁ କମ୍ ସମୟ ର ଆୟୁ ରେ ଯେଉଁ ବିରଳ କୀର୍ତ୍ତି ସ୍ଥାପନ କରିଛନ୍ତି କୋଟି କୋଟି ଭାରତୀୟ ଙ୍କ ମନ ରେ ତାଙ୍କର ପ୍ରତି ଅଜସ୍ର ଶ୍ରଦ୍ଧା ରହିବା ସହିତ ଯୋଗୀଜୀ ସମୟପୋଯୋଗୀ ନେତୃତ୍ବ ନେବା ରେ ସୁଦକ୍ଷ ପ୍ରମାଣ ମିଳେ। ଉତ୍ତର ପ୍ରଦେଶର ଜନତା ଜନାର୍ଦ୍ଦନ ଯୋଗୀଜୀ ଶାସନ ରେ କେବଳ ସନ୍ତୁଷ୍ଟ ନୁହନ୍ତି ବରଂ ତାଙ୍କ ପରି ଚଳ ଚଞ୍ଚଳ କର୍ମ ବୀର ଏବଂ ଦେଶ ଭକ୍ତ ପାଇଁ ଗର୍ବ ଅନୁଭବ କରନ୍ତି। ଯୋଗୀ ଜୀ ଉତ୍ତର ପ୍ରଦେଶର ବିକାଶ ପାଇଁ ଯେଉଁ ସବୁ ପ୍ରତିଶ୍ରୁତି ଦିଅନ୍ତି ତାହା କୁ ପୂରଣ କରିବା ପାଇଁ ସମୟ ପୂର୍ବରୁ ଯତ୍ନଶୀଳ ଏଣୁ ଆଜି ଉତ୍ତର ପ୍ରଦେଶର ବିକାଶ ଚିତ୍ର ଶୀର୍ଷ ରେ। ଅତୀତ ରେ ଗୁଣ୍ଡା ରାଜ ରେ ଭାରାକ୍ରାନ୍ତ ଉତ୍ତର ପ୍ରଦେଶର ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ବିକାଶ ସୁଶାସନ ପାଇଁ ପ୍ରଚଣ୍ଡ ବହୁମତ ପାଇ ଦାୟିତ୍ୱ ନେଇଥିଲେ ୨୦୧୭ ରେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ପୁଣି ଥରେ ଆଜି ଶପଥ ନେଇଥିଛନ୍ତି ଯୋଗୀଜୀ।ଉତ୍ତର ପ୍ରଦେଶର ଶାସନ କରିବାକୁ ଜନାଦେଶ କୁ ସମ୍ମାନ ସହିତ କେବଳ ଗ୍ରହଣ କରି ନାହାଁନ୍ତି ବରଂ ଜଣେ ନୀତିନିଷ୍ଠ ମୁଖ୍ଯ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟ ଶୈଳୀରେ ରହିଛି ଆକର୍ଷଣ।

ମାତ୍ର ୨୬ ବର୍ଷ ରେ ସଂସଦ କୁ ନିର୍ବାଚିତ ହୋଇଥିଲେ ଏବଂ ୪୪ ବର୍ଷ ବୟସ ରେ ଭାରତର ବଡ଼ ରାଜ୍ଯ ୨୪ କୋଟି ଲୋକ ଙ୍କ ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସେବା କରିବା ପାଇଁ ସୁଯୋଗ ପାଇଥିଲେ ଯୋଗୀଜୀ। ଭାରତର ବିକାଶ ତଥା ଉତ୍ତର ପ୍ରଦେଶର ବିକାଶ ପର୍ବ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀଜୀ ଶାସନ ଉଦାହରଣ।ରାସ୍ତା ଘାଟ ନିର୍ମାଣ , ଚିକିତ୍ସା ଅନୁଷ୍ଠାନ ପ୍ରତିଷ୍ଠା ସହିତ ପବିତ୍ର ଐତିହ୍ୟ ସଂସ୍କୁୃତି ଆଧ୍ଯାତ୍ମିକ ପୀଠର ବିକାଶ ସହିତ ପର୍ଯ୍ୟଟନ ଏବଂ ପ୍ରଦେଶର ବିକାଶ ପାଇଁ ତାହା ତାଙ୍କର ବଡ଼ ଉପଲବ୍ଧି ଏଣୁ କ୍ରମାଗତ ଭାବେ ଦୁଇ ଥର ମୁଖ୍ଯ ମନ୍ତ୍ରୀ ଉତ୍ତର ପ୍ରଦେଶର ଦାୟିତ୍ୱ ନେବା ରେ ସେ ନୂତନ ଇତିହାସ ରଚନା କରିଛନ୍ତି। ଜାତୀୟ ବାଦୀ ଯୋଗୀଜୀ ଶାସନ ବିପୁଳ ଲୋକ ପ୍ରିୟ ଅର୍ଜନ କରିବା ସହିତ ଆଗାମୀ ଦିନ ରେ ଭାରତର ପାଇଁ ଭାରତ ରାଜନୀତିର ଏକ ବିରାଟ ସମ୍ଭାବନା ଆଜି ତାଙ୍କର ଶପଥ ଗ୍ରହଣ ଉତ୍ସବ ପାଳନ ରୁ ପ୍ରମାଣିତ। ଅଜସ୍ର ଅଭିନନ୍ଦନ ଯୋଗୀଜୀ। ଆପଣ ଙ୍କ କୋଟି ପରମାୟୁ ପରମପିତା ପରେମଶ୍ବର ଙ୍କ ନିକଟରେ ପ୍ରାର୍ଥନା।

ନିବାରିଣୀ
ଆୟୁର୍ବେଦ ଚିକିତ୍ସା ଅନୁଷ୍ଠାନ
ବ୍ରହ୍ମପୁର ୮୮୪୭୮୦୯୫୩୪

ad-week
Leave A Reply

Your email address will not be published.