ଧୋନୀ ଅଧିନାୟକ ପଦ ଛାଡିବେ ବୋଲି ରବୀନ୍ଦ୍ର ଜାଡେଜାଙ୍କୁ ୨୦୨୧ରୁ ହିଁ ଜଣାଥିଲା

add-all

ମୁମ୍ବାଇ: ସିଏସକେ ଶନିବାର ଦିନ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ସିଇଓ କାଶୀ ବିଶ୍ଵନାଥ ଧୋନୀଙ୍କ ସିଏସକେର ଅଧିନାୟକ ପଦ ଛାଡିବାର ନିଷ୍ପତ୍ତି ବିଷୟରେ କଥା ହେଉଛନ୍ତି। କାଶୀ ବିଶ୍ଵନାଥ କହିଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ଅଚାନକ ଅଧିନାୟକ ପଦ ଛାଡିବା ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିନ୍ତୁ ସେ କହିଛନ୍ତି ଯେ ମହାନ ଓ୍ଵିକେଟକିପର ଧୋନୀ ଯାହା ବି ନିଷ୍ପତ୍ତି ନିଅନ୍ତି ତାହା ଫ୍ରାଞ୍ଚାଇଜର ସର୍ବୋତ୍ତମ ହିତ ପାଇଁ ହୋଇଥାଏ।
ସିଇଓ କାଶୀ ବିଶ୍ଵନାଥ କହିଛନ୍ତି, ମୁଁ ଯେତେବେଳେ ଧୋନୀ ଅଧିନାୟକ ପଦ ଛାଡୁଛନ୍ତି ଶୁଣିଲି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀ ଏହି ନିଷ୍ପତ୍ତି ନେବେ ବୋଲି ମୁଁ ଆଶା କରି ନଥିଲି। ଏହା ମୋ ବ୍ୟକ୍ତିଗତ ମନ୍ତବ୍ୟ। ସେ ସିଏସକେର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଜଣେ। ମୋ ଅନୁସାରେ ସେ ଯାହା ବି କରିବେ, ଯାହା ବି ନିଷ୍ପତ୍ତି ନେବେ ତାହା ସିଏସକେ ପାଇଁ ସଠିକ୍ ନିଷ୍ପତ୍ତି ହେବ। କାରଣ ମୋତେ ଜଣା ଅଛି ତାଙ୍କ ପାଇଁ ସିଏସକେର ହିତ ସବୁଠୁ ଅଧିକ ମହତ୍ଵପୂର୍ଣ୍ଣ।
କାଶୀ ବିଶ୍ଵନାଥ ଆଗକୁ କହିଛନ୍ତି, ଯେତେବେଳେ ଆମେ ଅଭ୍ୟାସ ପାଇଁ ଯାଇଥିଲୁ, ସେତେବେଳେ ରବୀନ୍ଦ୍ର ଜାଡେଜାଙ୍କ ସହ କଥା ହୋଇଥିଲି। ରବୀନ୍ଦ୍ର ଜାଡେଜା ମୋତେ କହିଥିଲେ କି ଧୋନୀ ଗତ ଆଇପିଏଲରେ ହିଁ ସଙ୍କେତ ଦେଇଥିଲେ ତାଙ୍କୁ ଅଧିକ ଦାୟିତ୍ଵ ଗ୍ରହଣ କରିବାକୁ ପଡିବ। ସେ ଏହା ବି ସଙ୍କେତ ଦେଇଥିଲେ ଯେ ଗୋଟିଏ ସମୟରେ ତାଙ୍କୁ ଅଧିନାୟକ ପଦ ସମ୍ଭାଳିବାକୁ ପଡିପାରେ।
ଧୋନୀ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର ଅଧିନାୟକ ପଦ ହସ୍ତାନ୍ତର କରିଥିଲେ। ମୁମ୍ବାଇର ଓ୍ଵାନଖେଡେ ଷ୍ଟାଡିୟମରେ ଆଜି ଅର୍ଥାତ୍ ମାର୍ଚ୍ଚ ୨୬ରେ ଆରମ୍ଭ ହେଉଥିବା ଆଇପିଏଲରେ ଜାଡେଜା ସିଏସକେର ଅଧିନାୟକ ଦାୟିତ୍ଵ ତୁଲାଇବେ।

ad-week
Leave A Reply

Your email address will not be published.