କାଳିଆ ପଢିଆରୀ ହତ୍ୟା ଘଟଣା: ବାରବାଟି ଯାଗାରେ କ୍ରାଇମ୍ ସିନ୍ ରିକ୍ରିଏସନ

add-all

ପୁରୀ: ପୁରୀର ବହୁଚର୍ଚ୍ଚିତ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ଓରଫ କାଳିଆ ପଢିଆରୀଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ରାଇମ୍ ସ୍ପଟ ବାରବାଟି ଯାଗାରେ ଅଭିଯୁକ୍ତ ମାନଙ୍କୁ ଆଣି ପୁରୀ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ ଆରମ୍ଭ କରିଛି । ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କାଳିଆ ପଢିଆରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର ସାତଦିନ ଭିତରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ ଅଭିଯୁକ୍ତ ମାନଙ୍କୁ ସାତଦିନିଆ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁରୀ ଏସଡିଜେଏମ୍ କୋର୍ଟରେ‌ ପୋଲିସ ନିବେଦନ କରିଥିଲା । ମୁଖ୍ୟ ଅଭିଯୁକ୍ତ କୁନୁମୁନି ସୁଆର, ବାବା ମହାପାତ୍ର, ହରିପଣ୍ଡା, ସନ୍ଦୀପ ମହାପାତ୍ରଙ୍କୁ ତିନିଦିନିଆ ରିମାଣ୍ଡରେ ନେବା ପାଇଁ ଗତକାଲି ପୁରୀ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ । ଆଜିଠାରୁ ଏହି ଅଭିଯୁକ୍ତ ମାନଙ୍କୁ ପୋଲିସ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ବାରବାଟି ଯାଗାରେ ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ ଆରମ୍ଭ କରାଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି କ୍ରାଇମ୍ ସିନ୍ ରିକ୍ରିଏସନ ଚାଲିଥିବା ବେଳେ ଫୋରେନେସିକ ଦଳ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ad-week
Leave A Reply

Your email address will not be published.