ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ ବିଜେଡି କାଉନ୍‌ସିଲର

add-all

ସୋନପୁର: ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର। ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ପୂରା ଘଟଣାଟି ଏମିତି। ଆଜି ପ୍ରକାଶ ପାଇଛି ପୌର ଫଳାଫଳ। ଏଥିରେ ସୋନପୁର ପୌର ପରିଷଦର ୯ ନମ୍ୱର ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ବିଜେଡିର କଇରୁ ସ୍ୱାଇଁ।

ଫଳାଫଳ ପ୍ରକାଶ ପାଇବା ପରେ ସେ ନିଜ ସମର୍ଥକଙ୍କୁ ଧରି ବିଜୟ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେ ସର୍ବ ସମ୍ମୁଖରେ ବନ୍ଧୁକ ଫୁଟାଇ ସେଲିବ୍ରେସନ୍‌ କରିଥିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓଟି ମୋବାଇଲରୁ ମୋଇଲ୍‌ ଘୂରି ବୁଲୁଛି। ବିଜୟୀ କାଉନ୍‌ସିଲଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ad-week
Leave A Reply

Your email address will not be published.