୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ, ବିଜେପି ୧୬, କଂଗ୍ରେସ ୭ ଆସନରେ ବିଜୟୀ

add-all

ଭୁବନେଶ୍ବର: ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ। ସେହିପରି ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ ବିଜୟୀ ହୋଇଛି।

ତେବେ ଦୁଇ ଅଙ୍କ ବିଶିଷ୍ଟ ଖାତା ଖୋଲି ପାରି ନାହିଁ। କଂଗ୍ରେସ ମାତ୍ର ୭ଟି ପୌରାଧ୍ୟକ୍ଷ ପଦ ହାସଲ କରିଛି। ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ କଡ୍ଡା ଟକ୍କର ଦେଇ ୯ଟି ପୌରାଧ୍ୟକ୍ଷ ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି।

ad-week
Leave A Reply

Your email address will not be published.