ରାଜ୍ୟ ବାହାରରୁ ଦୁଇ ଅଭିଯୁକ୍ତ ଗିରଫ, ବଡ଼ବିଲରେ ଠକିଥିଲେ ୨.୪୫ କୋଟି ଟଙ୍କା

add-all

ଭୁବନେଶ୍ବର: ୨.୪୫ କୋଟି ଟଙ୍କା ଠକେଇ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ରାଜ୍ୟ ବାହାରର ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ସୁବାସ ଘିସିଙ୍ଗ ଗିରିଙ୍କୁ ପଶ୍ଚିମବଙ୍ଗ ବାରାକପୁରରୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ବେଳେ ଆର ଅଭିଯୁକ୍ତ ସୟଦ ଶାହବାଜ ନକଭିଙ୍କୁ ଛତିଶଗଡ଼ରୁ ଗିରଫ କରାଯାଇଛି।ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ବଡ଼ବିଲ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।

ଉଭୟେ ବଡ଼ବିଲ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନକଲି ଚେକ ଦେଇ ଓ ଜାଲ ଦସ୍ତଖତ କରି ବେଆଇନ ଭାବେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଛନ୍ତି। କେନ୍ଦୁଝର ପୁଲିସ ଓ ପଶ୍ଚିମବଙ୍ଗ ବାରକ ପୁଲିସର ସହାୟତାରେ ଦୁଇ ଅଭିଯିକ୍ତଙ୍କୁ ଗିରଫ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.