ଇଗ୍ନୋ ତରଫରୁ ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

add-all

ମାଲକାନଗିରି (୨୭।୩) : ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଆଜି ଇଗ୍ନୋ ତରଫରୁ ନାମ ଲେଖାଇବା ପାଇଁ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତି ସଭାରେ ମୂଖ୍ୟ ଅତିଥି ଭାବେ ଇଗ୍ନୋ କାର୍ଯ୍ୟାଳୟର କୋରାପୁଟର ସହକାରୀ ଆଞ୍ଚଳିକ ନିର୍ଦ୍ଦେଶକ ଡଃ.ଲତିକା ମିଶ୍ର, ବାଣିଜ୍ୟ ବିଭାଗ ମୂଖ୍ୟ ଡଃ.ରଞ୍ଜନ କୁମାର ସ୍ୱାଇଁ, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ତଫସିଲଭୂକ୍ତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ କିଭଳି ମାଗଣାରେ ସ୍ନାତକ ଓ ସ୍ନାତକତ୍ତର ବିଷୟରେ ନାମ ପଞ୍ଜିକରଣ କରାଯାଇ ପାରିବ, ସେ ବିଷୟରେ ବୁଝାଇଥିଲେ । ଏ ଅବସରରେ ପ୍ରାୟ ୨ ଶହ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ଏହା ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ସହ ଯେଉଁ ଗରିବ ମେଧା ଛାତ୍ର ଛାତ୍ରୀ ଆର୍ଥିକ ଅଭାବରୁ ଶିକ୍ଷା ଠାରୁ ଦୂରେଇ ରହୁଛନ୍ତି , ସେମାନଙ୍କ ପାଇଁ ଏହା ଲାଭ ଦାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.