ଜମି ଆଡକୁ ଡାକି ନେଇ ଯବାନକୁ ହତ୍ୟା କଲେ ନକ୍ସଲ

add-all

ମାଲକାନଗିରି: ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ । କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା। ଯାତ୍ରା ଦେଖୁଥିବା ବେଳେ କିଛି ସାଧା ପୋଷାକ ଧାରି ନକ୍ସଲ ତାଂକୁ ନିକଟସ୍ଥ ଜମି ଆଡକୁ ଡାକି ନେଇଥିଲେ । ସେଠାରେ ପୂର୍ବରୁ ଛପି ରହିଥିବା ନକ୍ସଲ ଯବାନଙ୍କୁ ହତ୍ୟା କରିଥିଲେ।

ଯବାନଙ୍କୁ ନକ୍ସଲ ପୂର୍ବରୁ ହିଁ ଟାର୍ଗେଟ କରିଥିଲେ। ସେ କେବେ ଗ୍ରାମକୁ ଆସୁଛି ଏବଂ ଯାଉଛି ତାହାର ମିଲିସିଆମାନେ ଖବର ରଖିଥିଲେ । ଯବାନ ଗ୍ରାମକୁ ଆସିବା ଖବର ନକ୍ସଲଙ୍କୁ ଦେବା ପରେ ଗତକାଲି ରାତିରେ ଟାର୍ଗେଟ କରିଥିଲେ ଯବାନଙ୍କୁ। ହତ୍ୟା ପରେ ନକ୍ସଲ ବୋଦାରସ ଗ୍ରାମ ନିକଟସ୍ଥ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ। ଗ୍ରାମବାସୀ ଏହା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.