ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମାଡ଼, କ୍ୟାମେରାରେ କଏଦ ହେଲା ଦୃଶ୍ୟ

add-all

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ଜଣେ ବ୍ୟକ୍ତି ମାଡ଼ ମାରିଛନ୍ତି। ନୀତୀଶ କୁମାରଙ୍କ ନିଜ ସହର ବଖତିୟାରପୁରରେ ଏପରି ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ନୀତୀଶ କୁମାରଙ୍କୁ ମୁଥ ମାରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୀଳଭଦ୍ରା ୟାଜିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସ୍ଥାନୀୟ ସଫର ହସ୍ପିଟାଲ ପରିସରରେ ପହଞ୍ଚିଥିଲେ। ମଞ୍ଚକୁ ଚଢ଼ି ନୀତୀଶ କୁମାର ପୁଷ୍ପମାଲ୍ୟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ବ୍ୟକ୍ତି ପଛପଟୁ ଚାଲିଚାଲି ମଞ୍ଚ ଉପରକୁ ଯାଇଥିଲେ।
ସେ ସୁରକ୍ଷାକର୍ମୀଙ୍କୁ ଅତିକ୍ରମ କରି ଆସିଥିଲେ ମଧ୍ୟ କେହି ବି ତାଙ୍କୁ ଅଟକାଇ ନଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ନୀତୀଶ କୁମାରଙ୍କ ପାଖରେ ପହଞ୍ଚି ହଠାତ୍‌ ତାଙ୍କୁ ବିଧା ମାରିଥିଲେ। ଏହା ଦେଖି ତାଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକାଇ କାବୁ କରିଥିଲେ। ଏହାପରେ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ତେବେ ସେ କାହିଁକି ନୀତୀଶ କୁମାରଙ୍କୁ ହଠାତ୍‌ ଏଭଳି ଆକ୍ରମଣ କଲେ, ସେକଥା ଜଣାପଡ଼ିନି। ଏହାପୂର୍ବରୁ ୨୦୨୦ ନଭେମ୍ବରରେ ମଧ୍ୟ ନୀତୀଶ କୁମାରଙ୍କୁ ଲୋକମାନେ ପିଆଜ ଫୋପାଡ଼ି ଆକ୍ରମଣ କରିଥିଲେ।

ad-week
Leave A Reply

Your email address will not be published.