ଚୀନରେ ପୁଣି କରୋନାର କରାଳରୂପ

add-all

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନ୍‌ରେ ଏହି ମହାମାରୀକୁ ନେଇ ଲୋକେ ଛାନିଆ। ଏଠାରେ ତାଣ୍ଡବ ରଚିଛି କରୋନା। ଫେଲ୍‌ ମାରିଛି ଚୀନ୍‌ର ଜିରୋ କୋଭିଡ ପଲିସି। ଏଠାରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମ ମାମଲା। ରେକର୍ଡ ପରିମାଣର କୋଭିଡ୍‌-୧୯ ସଂକ୍ରମଣ ମାମଲା ଚିହ୍ନଟ ଯୋଗୁ ୨୬ ନିୟୁତ ଲୋକ ବସବାସ କରୁଥିବା ବୃହତ୍ତମ ନଗରୀ ଶାଙ୍ଘାଇରେ ଲକ୍‌ଡାଉନ୍‌ ଘୋଷଣା କରିଛି ଚୀନ୍‌।
ସମଗ୍ର ସହରରେ ମାସ୍‌ ଟେଷ୍ଟିଂ ଚାଲିଥିବା ବେଳେ ଆଜି ଭୋରୁ ଶାଙ୍ଘାଇର ଆର୍ଥିକ କାରବାର ମୁଖ୍ୟ ହବ୍‌ କୁହାଯାଉଥିବା ପୁଡୋଙ୍ଗ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା କଥା ଆଞ୍ଚଳିକ ସରକାର କହିଛନ୍ତି। ଆସନ୍ତା ଶୁକ୍ରବାର ତଥା ୫ ଦିନ ଯାଏଁ ଏହି ଲକଡାଉନ୍‌ ଜାରି ରହିବ।
ଏହି ଲକଡାଉନ ବେଳେ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବାହାର ଦୁନିଆ ସହିତ ସେମାନଙ୍କର ଯେମିତି ଯୋଗାଯୋଗ ନ ରୁହେ, ସେ ବିଷୟରେ ସୁନିଶ୍ଚିତ ହେବାକୁ ଆବଶ୍ୟକ ସାମଗ୍ରୀ ‘ଚେକ୍‌ପଏଣ୍ଟ୍‌’ମାନଙ୍କରେ ରଖାଯିବ। ଅତ୍ୟାବଶ୍ୟକ ମନେହେଉ ନ ଥିବା କାର୍ଯ୍ୟାଳୟ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯିବ ଏବଂ ସର୍ବସାଧାରଣ ପରିବହନ ମଧ୍ୟ ବାତିଲ ହେବ।
ସୂଚନାଯୋଗ୍ୟ, ଚଳିତ ମାସରେ ଚୀନ୍‌ ୫୬,୦୦୦ କରୋନା ସଂକ୍ରମଣ ମାମଲା ରିପୋର୍ଟ କରିଛି। ସେଥିରୁ ଉତ୍ତରପୂର୍ବ ପ୍ରଦେଶ ଜିଲିନ୍‌ର ଅଧିକାଂଶ ସଂକ୍ରମଣ ରେକର୍ଡ ହୋଇଛି। ଶାଙ୍ଘାଇରେ ଶନିବାର ଦିନ ୪୭ଟି ନୂଆ ସାମ୍ନାକୁ ଆସିଛି। ସେହିପରି, ଚୀନ୍‌ରେ ଟିକାକରଣ ହାର ପ୍ରାୟ ୮୭%ରେ ରହିଥିବା ବେଳେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଟିକାକରଣ ହାର କମ୍‌ ରହିଛି।

ad-week
Leave A Reply

Your email address will not be published.