ଏମ ଏମ ଟି ମୋଡେଲସ ଇଣ୍ଡିଆ ତରଫରୁ ରାଜ୍ୟସ୍ତରୀୟ ଅଡିସନ…

add-all

ଭୁବନେଶ୍ବର : ଚନ୍ଦ୍ରଶେଖରପୁର ସ୍ଥିତ ରକ୍ସି ସେଲୁନ ଠାରେ ଅନୁଷ୍ଠିତ ହୋଇଥିଲା। ସଂସ୍ଥାର ରାଜ୍ୟ ନିର୍ଦ୍ଦେଶୀକା ସବିତା ମହାଙ୍କୁଡ଼ଙ୍କ ପୌରହିତ୍ୟିରେ ଆୟୋଜିତ ହୋଇଥିଲା।ଅତିଥିଭାବେ ରଞ୍ଜନ କୁମାର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚାରୋଟି ବିଭାଗରେ ଏହି ଅଡିସନ ହୋଇଥିଲା। ପ୍ରଥମ ବିଭାଗ ଟିନ କ୍ୟାଟେଗୋରୀରେ ୧୨ ବର୍ଷ ରୁ ୧୮ ବର୍ଷର ବାଳିକା ଓ ଯୁବତୀମାନେ ଭାଗ ନେଇଥିଲେ।ମିସ କ୍ୟାଟେଗୋରୀରେ ଅବିବାହିତ ଯୁବତୀ ମାନେ ଭାଗ ନେଇଥିଲେ।ମିସେସ କ୍ୟାଟେଗୋରୀରେ ବିବାହିତା ମହିଳା ମାନେ ଅଂଶଗ୍ରହଣ କରିଥିବା ବେଳେ ଗୋଲଡ଼ କ୍ୟାଟେଗୋରୀରେ ୪୧ବର୍ଷରୁ ୫୦ ବର୍ଷ ବୟସ୍କା ମହିଳା ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ସାରା ରାଜ୍ୟରୁ ପ୍ରାୟ୩୩ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବେ ପ୍ରିୟଙ୍କା ପ୍ରିୟଦର୍ଶୀନି, ସନ୍ତୋଶି ମଲ୍ଲିକ, ଶୁଭଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ।ଏମ ଏମ ଟି ମୋଡେଲସ ଇଣ୍ଡିଆର ଜାତୀୟ ନିର୍ଦ୍ଦେଶକ ଅସଫାକ ଶାହ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଇଥିଲେ।ରଶ୍ମି ରେଖା ଦାସ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚିନ୍ମୟି ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆଗାମୀ ଜୁନ ମାସରେ ଏହାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ ବୋଲି ଏମ ଏମ ଟି ସଂସ୍ଥା ତରଫରୁ ସୂଚନା ମିଳିଛି, ଏହି ପ୍ରତିଯୋଗିତା ରେ ଭାଗ ନେଇ ଝିଅ ମାନେ ନିଜର ଆଗାମୀ ଭବିଷ୍ୟତରେ ନିଜକୁ ସାମିଲ କରିବାର ଏହା ଏକ ସୁଯୋଗ

ad-week
Leave A Reply

Your email address will not be published.