
ଟିକାବାଲି (୦୧/୦୪) : ଟିକାବାଲି ବ୍ଲକର ଟିକାବାଲି ସହରରେ ତଥା ଆଖପାଖ ଓ୍ବାର୍ଡ ଗୁଡିକରେ ଦିର୍ଘ ଦିନ ହେବ ସର୍ବଦା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳୁଛି।ଏବେ ଗ୍ରୀଷ୍ମ ପ୍ରବାହ ପାଇଁ ଆହୁରି ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି | ଏହି ସମସ୍ୟା ନେଇ ଅନେକ ବାର ରାସ୍ତାରୋକ କରିବା ସହ ଖବର କାଗଜରେ ବହୁ ବାର ପ୍ରକଶ ପାଇଛି ତଥାପି ମଧ୍ୟ ଟିକାବାଲି ବ୍ଲକ ପ୍ରସାସନର ନିଦ ଭାଙ୍ଗୁନାହିଁ।ବାରମ୍ବାର ଜଳଯୋଗାଣ ସମସ୍ୟା କେବେ ମଟର ଖରାଫ ତ କେବେ ପାଇପ ଫାଟିବା ଯୋଗୁଁ ଏହି ସମସ୍ୟା ଉପୁଜୁ ଥିବା ଦେଖିବାକୁ ମିଳୁଛି ଯାହାଫଳରେ ଅଞ୍ଚଳରେ ଜନ ଅଶୋନ୍ତଷ ଦେଖିବାକୁ ମିଳିଛି।ଟିକାବାଲି ବ୍ଲକରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗିୟ ଯନ୍ତ୍ରୀଙ୍କୁ ଜଳ ସମସ୍ୟା ବିଷୟ ଅବଗତ କଲେ ସେ ମେଘା ଜଳଯୋଗାଣ କଥା କହି ନିଜକୁ ହାଲୁକା କରନ୍ତି ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ କଥା ବି ଶୁଣନ୍ତି ନାହିଁ |ତେଣୁ ଆଜି ଥାନା ସାହିର ଏବଂ ଅଞ୍ଚଳବାସୀ ବାଧ୍ୟ ହୋଇ ଫୁଲବାଣୀ ବ୍ରହ୍ମପୁର ମୂଖ୍ୟ ରାସ୍ତାକୁ ଟିକାବାଲି ଥାନା ପାଖ ରେ ପ୍ରାୟ ୧ଘଣ୍ଟା ଧରି ରାସ୍ତା ରୋକ କରିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଖବର ପାଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା ଏବଂ ଥାନା ଅଧିକାରୀ ଅଜୟ କୁମାର ପରିଡା ପୋଲିସ ସଦଳବଳେ ପହଞ୍ଚି ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝେଇବା ସହ ଅଳ୍ପ ଦିନ ଭିତରେ ଜଳଯୋଗାଣର ସ୍ଥାୟି ସମଧାନ ହେବ ବୋଲି ପ୍ରତିସୃତି ଦେବା ସହ ଟେଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରିବା ପରେ ରାସ୍ତାରୋକ ହଟିଯାଇଥିଲା।