
ଚିକିଟି : ଏହି ପୌରପରିଷଦ ରେ ଆଜି ୮୭ତମ ଉତ୍କଳ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ପରିଷଦ ର ଯୋଜନା ମୁତାବକ ପ୍ରଥମେ ସହରରେ ଥିବା ପ୍ରତିମୂର୍ତିଯଥା ସ୍ୱତନ୍ତ୍ର ଓଡ଼ିଶା ଗଠନ ରେ ଭୁମିକା ରଖିଥିବା ରାଜ୍ କୋବି ରାଧା ମୋହନ ରାଜେନ୍ଦ୍ର ଦେଓ,ଗୌର ଚନ୍ଦ୍ର ଦେଓ ଓ ଦିବାକର ପଟ୍ଟନାୟକ ଙ୍କୁ ନବ ନିର୍ବାଚିତ ପୋୖର ଅଧକ୍ଷା ଦୀପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ସମେତ ସମସ୍ତ କାଉନସିଲର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ପରେ ସମସ୍ତେ ଚିକିଟି ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଫଳ ବଣ୍ଟନ କରିଥିଲେ।ଏହା ପରେ ପୋୖର କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ସାଧାରଣ ସଭା ରେ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ତ୍କଳନ କରି2 ଉତ୍କଳ ଜନନୀ ସଙ୍ଗୀତ ଗାନକରିଥିଲେ।ଏହି ଅବସରରେ ଅଧକ୍ଷା ଦୀପା କୁମାରୀ ଓଡିଶା ର ବରପୁତ୍ର ମାନଙ୍କ ଉଦ୍ୟମ ରୁ ୧୯୩୬ ଏପ୍ରିଲ ପହିଲା ରୁ ଓଡିଶା ଗଠନ ହେବା ସେହି ବରପୁତ୍ର ମାନଙ୍କ ଯୋଗୁଁ ଆମେ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ।ଶେଷରେ ଛାତ୍ର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ କାଉନସିଲର ଙ୍କ ସମେତ ପୋୖର କର୍ମଚାରୀ ଉପସ୍ଥିତ ଥିଲେ।