ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ଠାରେ ଉତ୍କଳ ଦିବସ ପାଳିତ…

add-all

ସମ୍ବଲପୁର:– ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଉତ୍କଳ ଦିବସ ପାଳନ କରାଯାଇଛି l

ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ସୁମିତ ପଟେଲ ଏବଂ ସମ୍ପାଦକ ଚୁମନ ପ୍ରଧାନ ଙ୍କ ନେତୃତ୍ଵରେ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଉତ୍କଳ ପ୍ରଦେଶ ଗଠନ ରେ ଅବଦାନ ଥିବା ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ଯକାରୀ ସଭାପତି ସଞ୍ଜିତ୍ ମହାନ୍ତି ନିଜ ବକ୍ତବ୍ୟରେ ସାରା ଦେଶରେ ଜାତି ଧର୍ମ କୁ ନେଇ ଲଢେଇ ହେଉଥିବା ବେଳେ ଓଡିଶା ପ୍ରଦେଶ ହିଁ ସାରା ଦେଶକୁ ଭାଇଚାରା ର ସନ୍ଦେଶ ଦେଉଛି ଏହାକୁ ବଜାୟ ରଖିବା ଛାତ୍ର ମାନଙ୍କୁ ଆହ୍ଵାନ କରି ନିଜର ପ୍ରଦେଶ, ଭାଷା ଏବଂ ଇତିହାସ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ର ବିଜେଡ଼ି ଜୋନ ସଭାପତି ମିଲନ ହୋତା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ପୂର୍ବତନ ଯୁବ ସମ୍ପାଦକ ମୋହିତ ନାୟକ, ସ୍ଵାଧୀନ ଫାଉଣ୍ଡେସନ୍ ସଂଯୋଜକ ସ୍ଵାଧୀନ ପଣ୍ଡା, ସମ୍ପାଦକ ନିଶିକାନ୍ତ ବିଶ୍ଵାଳ, ଦୀପକମହାପାତ୍ର, ନିଖିଳ ବାବୁ, ପ୍ରୀତୀଶ ସାହା, ତନ୍ମୟ ବାଘ,ପ୍ରଜ୍ଜ୍ଵଳ ଧାରୁଆ, ପ୍ରତ୍ୟୁଷ ପଣ୍ଡା, ଆଦିତ୍ୟ ଦେଓ, ସୀତାରାମ୍ ପ୍ରଧାନ, ଅଭି ଭୋଇ , ଅଶେଷ ଦାସ, ସୁନୀଲ ବାଡ଼ି, ଅରୁଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.