ବସ୍‌-ଟ୍ୟାଙ୍କର୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର

ନୟାଗଡ଼: ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳିନାହିଁ।

ଏଥିରେ ବସ୍ ଚାଳକଙ୍କୁ ମିଶାଇ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ବସଟି ୬୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଜଣାଯାଇଛି।

ad-week
Leave A Reply

Your email address will not be published.