ଯଦି ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ତେବେ ୫୦ ପ୍ରତିଶତ ହିନ୍ଦୁ ଧର୍ମ ବଦଳାଇଦେବେ: ସ୍ୱାମୀ ନରସିଂହାନନ୍ଦ ସରସ୍ୱତୀ

add-all

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପ୍ରସିଦ୍ଧ ଡାସନା ଦେବୀ ମନ୍ଦିରର ମହନ୍ତ ୟତି ନରସିଂହାନନ୍ଦ ସରସ୍ୱତୀ ରବିବାର ଦିନ ପୁଣି ବିଷ ଓଗାଳିଛନ୍ତି | ସେ କହିଛନ୍ତି ଯେ ଯଦି ଜଣେ ମୁସଲମାନ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ୨୦ ବର୍ଷରେ ୫୦ ପ୍ରତିଶତ ଲୋକ ହିନ୍ଦୁ ଧର୍ମ ବଦଳାଇଦେବେ | ସେମାନେ ହିନ୍ଦୁ ଧର୍ମ ବଦଳାଇ ମୁସଲମାନ ଧର୍ମ ଆପଣାଇନେବେ |
ଦିଲ୍ଲୀରେ ଆୟୋଜିତ ହିନ୍ଦୁ ମହାପଞ୍ଚାୟତରେ ବକ୍ତବ୍ୟ ରଖି ସେ ହିନ୍ଦୁମାନଙ୍କୁ ଅସ୍ତିତ୍ୱ ପାଇଁ ଲଢ଼ିବାକୁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ଏହି ହିନ୍ଦୁ ମହାପଞ୍ଚାୟତ ପାଇଁ ଦିଲ୍ଲୀ ପ୍ରଶାସନ ଅନୁମତି ଦେଇନଥିଲା। ରବିବାରର କାର୍ଯ୍ୟକ୍ରମରେ ଅନେକ ହିନ୍ଦୁ ନେତା ତଥା କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ।
ତେବେ ସୂଚନା ଥାଉ କି ହରିଦ୍ୱାରରେ ଦିଆଯାଇଥିବା ଏକ ବିବାଦୀୟ ବୟାନ ପାଇଁ ନରସିଂହାନନ୍ଦ ବର୍ତ୍ତମାନ ଜାମିନରେ ଅଛନ୍ତି। ସେ କହିଛନ୍ତି ଯେ କେବଳ ୨୦୨୯ କିମ୍ବା ୨୦୩୪ କିମ୍ବା ୨୦୩୯ ମସିହାରେ ଯଦି ଜଣେ ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ୫୦ ପ୍ରତିଶତ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବେ, ୪୦ ପ୍ରତିଶତ ଲୋକଙ୍କୁ ମାରିଦିଆଯିବ | ଅବଶିଷ୍ଟ ୧୦ ପ୍ରତିଶତ ଅନ୍ୟ ଦେଶରେ ଶରଣାର୍ଥୀ ଭାବରେ ରହିବେ।

ad-week
Leave A Reply

Your email address will not be published.