ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮ ଦିନିଆ ଆତ୍ମରକ୍ଷା ତାଲିମ ଉଦଯାପିତ

add-all

ଦାରିଙ୍ଗବାଡ଼ି, ୬/୪ : ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ନେଇ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନୀୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ ଯୋଗଦେଇ ଛାତ୍ରୀ ମାନଙ୍କୁ ପୁରୁଷ ପ୍ରାଧାନ୍ୟ ପରିସ୍ଥିତିରେ ଛାତ୍ରୀ ମାନେ ନିଜର ସୁରକ୍ଷା କରିବା ସହିତ ଅନ୍ୟ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ପ୍ରଦାନ ଦିଗରେ ସଚେତନ ହୋଇ ଆତ୍ମରକ୍ଷା ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା.ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅତିଥି ମାନଙ୍କ ସହିତ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସସ୍ମିତା ସାମନ୍ତ, ଅଧ୍ୟାପକ ଭକ୍ତରାମ ଦିଗାଲ, ବିଷ୍ଣୁ ସାହୁ, ନିମାଇଁ ଚରଣ ପଣ୍ଡା, କ୍ରୀଡ଼ା ଅଧ୍ୟାପକ ରଶ୍ମିରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଗତ ତା ୨୮ ତାରିଖ ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଜରିଆରେ ମହିଳା ମାନେ ନିଜର କିଭଳି ଆତ୍ମରକ୍ଷା କରିପାରିବେ ସେନେଇ ମାଷ୍ଟର ଟ୍ରେନର ଲେନି ଦିଗାଲ ଓ ଝରଣା ପ୍ରଧାନ ତାଲିମ ଦେଇଥିଲେ । ଏହି ଅବସରରେ ତାଲିମ ନେଇଥିବା ଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.