
ମାଲକାନଗିରି : କାଲିମେଳା ପୋଲିସକୁ ମିଳିଲା ବଡ ସଫଳତା l ଅଭିନବ ଉପାୟରେ ତେନ୍ତୁଳି ବୋଝେଇ ଟ୍ରକରେ ଗଞ୍ଜେଇ ନିଆଯାଉଥିବା ବେଳେ ପୋଲିସ ପକ୍ଷରୁ ଏହାକୁ ଜବତ କରାଯାଇଛି lମାଲାକାନଗିରି ଜିଲ୍ଲା ମୋଟୁ ଜାତୀୟ ରାଜପଥର ତଥା କାଲିମେଳା ଥାନା ଅନ୍ତର୍ଗତ Mpv 31 ଅଞ୍ଚଳରୁ ତେନ୍ତୁଳି ବୋଝେଇ ହୋଇ ଯାଉଥିବା ଗୋଟିଏ ୧୪ ଚକିଆ ଟ୍ରକ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଈଥିବା ଦେଖିବାକୁ ମିଳିଛି l ମାଲାକାନଗିରି ଏସଡିପିଓ ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ଵରେ ମାଲାକାନଗିରି ପୋଲିସ ଓ କାଲିମେଳା ପୋଲିସ ମିଳିତ ଭାବେ ଚଡାଉ କରାଯାଇ ଏହି ଗଞ୍ଜେଇ ଗୁଡିକ ଜବତ କରିଛନ୍ତି l ଏଥିସହ ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକ ଜବତ କରାଯିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ କାନାରାମ ଚୌଧୁରୀ ଓ ପ୍ରଥମ ପାତ୍ର ନାମକ ୨ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ରଘୁନାଥ ମାଝୀ ସୂଚନା ଦେଇଛନ୍ତି l ଚଡାଉ ବେଳେ ଟ୍ରକ୍ ଭିତରୁ ୬୧ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ୍ ପ୍ରାୟ ୧୫ କୁଇଣ୍ଟାଲ ୩୧ କେଜି ହେବ ବୋଲି ସୂଚନା ମିଳିଛି l ତେବେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ଯ ଏକ୍ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି l ତେବେ ଏତେ ପରିମାଣରେ ଗଞ୍ଜେଇ କେଉଁଠୁ ଆସିଲା ତାହା ତଦନ୍ତ ଜାରି ରଖିଛି ପୋଲିସ l ସୂଚନା ଅନୁଯାଇ RJ GA 4918 ନମ୍ଵର୍ ଥିବା 14 ଚକିଆ ଟ୍ରକ୍ ରେ ଗଞ୍ଜେଇ ଯାଉଥିବା ନେଇ ପୋଲିସ ପକ୍ଷରୁ ଆଗୁଆ ସୂଚନା ପାଇଁ ଚଢାଉ କରାଯାଇ ଥିଲା l