ବାଲିଗୁଡା ଏନଏ ସି ଉପାଧ୍ୟାକ୍ଷା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ…

add-all


ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡା ଏନଏ ସି ର ପୌର ଉପା ଧକ୍ଷା ଭାବେ ବିଜୁ ଜନତା ଦଳର ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୁତି ଭୂଷଣ ଲହରିଆ ଥୁବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଥିଲେ । ଶାନ୍ତି ବିଜେଡି ଟିକେଟ ରେ ୫ ନମ୍ବର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ।ବିଜୟୀ ହେବାପରେ ଶାନ୍ତି ନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂସଦ, ମନ୍ତ୍ରୀତଥା ଜିଲା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ ଓ ଅନ୍ୟ ମାନଙ୍କୁ କୃତଜ୍ଞତା ଜଣାଇବାସହ ବାଲିଗୁଡା ଏନ ଏ ସି ର ସର୍ବାଙ୍ଗିନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କର ଏହି ବିଜୟର ଶ୍ରେୟ ସେ ବରିଷ୍ଠ ନେତା ଟୁନା ଦାସଙ୍କୁ ଦେଇଛନ୍ତି । ବିଶେଷ କରି ମହିଳା ମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ ବୋଲି ଶାନ୍ତି କହିଛନ୍ତି ।ସେହିପରି ବିଜେଡି ମହିଳା ସଂଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ ହେବ ସେନେଇ ଉଦ୍ୟମ କରିବେ ବୋଲି ଶାନ୍ତି ଆହୁରି କହିଥିଲେ । ଉପାଧ୍ୟାକ୍ଷା ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବାପରେ ଶାନ୍ତି ଙ୍କ ନିକଟକୁ ସୂଭେଛା ର ସୁଅ ଛୁଟିଛି ।

ad-week
Leave A Reply

Your email address will not be published.