ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ…

add-all

ଫୁଲବାଣୀ:-ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭିଫୋର୍ସ କନ୍ଧମାଳ ତରଫରୁ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟରେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି।
ସାରା ବିଶ୍ୱରେ ଏପ୍ରିଲ ୭ ତାରିଖକୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ରୂପେ ବିଭିନ୍ନ ଅନୁଷ୍ଠାନ ତଥା ସରକାରୀ ସ୍ତରରେ ଆଜି ଦିନକୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ପାଳନ କରାଯାଇଛି । ସେହି ପରି ଚଳିତ ବର୍ଷ ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆମ “ଗ୍ରହ ଆମର ସ୍ଵାସ୍ଥ୍ୟ” ବିଷୟକୁ ନେଇ ରଖିଥିବାବେଳେ ଏହା ଅତି ଜରୁରୀ ବିଷୟ କୁହା ଯାଇଛି। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଯେଉଁ ପରିମାଣରେ ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି। ସେହି ଦୃଷ୍ଟିରେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ଅନୁମାନ କରାଯାଉଛି। ଚଳିତ ବର୍ଷର ବିଷୟ ଅନୁଯାୟୀ ଗ୍ରହ ବା ପୃଥିବୀକୁ ଠିକ୍ ଭାବରେ ସ୍ବଚ୍ଛତାର ଆବଶ୍ୟକତା ରହିଥିବା ବେଳେ ଦିନକୁ ଦିନ ଜଳ ଓ ବାୟୁ ପ୍ରଦୂଷଣ ହେବ ସହିତ କଳକାରଖାନାମାନ ବଢ଼ିବାକୁ ଲାଗିଛି ଏବଂ ବୃକ୍ଷଲତା ଓ ଜଙ୍ଗଲ କ୍ଷୟ ହେବାକୁ ଲାଗିଛି ଯାହାଫଳରେ ବିଭିନ୍ନ ରୋଗ ଓ ମହାମାରୀ ଭଳି ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ତତ୍ ସହିତ ରାଜନୈତିକ, ସାମାଜିକ, ଆର୍ଥିକ ଓ ଅସମାନତାରେ ସ୍ବଚ୍ଛତା ନା ଆସିଲେ ସ୍ବାସ୍ଥ୍ୟ ପ୍ରତି ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ସବୁ ବିଷୟକୁ ଅନୁଧ୍ୟାନ କରି ପରିବେଶ, ମାନସିକ ଓ ଶାରିରୀକ ସ୍ବଚ୍ଛତା ହେଲେ ନିଶ୍ଚୟ ସ୍ବାସ୍ଥ୍ୟ ଭଲ ରହିବ ବୋଲି ଅତିଥିମାନକର ବ୍ୟକ୍ତ ପ୍ରକାଶ ପାଇଛି। କିଶୋରୀ ବୟସରେ ଯେଉଁ ସବୁ ସ୍ବାସ୍ଥ୍ୟକୁ ଦୃଷ୍ଟିଗୋଚର ନକଲେ ପରବର୍ତ୍ତୀ ସମୟ ପାଇଁ ତାହା ସାଙ୍ଘାତିକ ଅବସ୍ଥାରେ ପରିଣତ ହେବାର ସମ୍ଭାବନାକୁ ଦୃଷ୍ଟି ଦେବା ପାଇଁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଅପର ପକ୍ଷରେ ବର୍ତ୍ତମାନ ଯୁବ ପିଧିଠାରୁ ହିଁ ସଜାଗ ହେବାର ଆବଶ୍ୟକ ରହିଛି ଯାହା ପରିବେଶ ପ୍ରତି ସ୍ନେହ ଆଦର ସହିତ ତାହାର ସୁରକ୍ଷା କଲେ ଆଗାମୀ ଦିନରେ ବିଭିନ୍ନ ରୋଗ ହେବାର ସମ୍ଭାବନା କମ୍ ଦେଖାଯିବ ବୋଲି ବକ୍ତବ୍ୟରେ କହିଛନ୍ତି।
ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଘୁ. ଉଦୟଗିରି ଡକ୍ଟର ଦେବବ୍ରତ ବାରିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସମନ୍ୱିତ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକ, ପ୍ରଦାତ୍ତା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ, ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟର ଅଧ୍ୟକ୍ଷ ଶିବଶଙ୍କର ସାହୁ, ସ୍ଵେଚ୍ଛାସବୀ ନୀଳମାଧବ ପାତ୍ର, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଓ ରଜବାଳା ସିଂ ଯୋଗଦେଇଥିଲେ।
ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ସ୍ବାଗତ ଭାଷଣ ଦେବା ସହିତ ଏହାର ଆଭିମୁଖ୍ୟ ବିଷୟରେ କହିଥିଲେ ଏବଂ ଶେଷରେ ରଜବାଳା ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ad-week
Leave A Reply

Your email address will not be published.