ଜମ୍ମୁ: ଏକାଧିକ ସ୍ଥାନରେ ଏନଆଇଏ ରେଡ୍‌

add-all

ଜମ୍ମୁ: ଜମ୍ମୁ କଶ୍ମୀରରେ ଏକାଧିକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚଢ଼ାଉ କରିଛି । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା କିଛି ଯୁବକମାନଙ୍କୁ ନିଯୁକ୍ତି କରିବା ସୂଚନା ପାଇ ଏନ୍‌ଆଇଏ ରେଡ୍ କରିଛି । ଏନଆଇଏର ମୁଖପାତ୍ର କହିଛନ୍ତି ଯେ, କଶ୍ମୀରରି ୧୧ଟି ସ୍ଥାନରେ ରେଡ୍ କରାଯାଇଛି । ଶ୍ରୀନଗରରେ ୬ଟି ବାରମୁଲାରେ ଦୁଇଟି ଏବଂ ଅୱନ୍ତିପୁରା, ବୁଡଗାମ ଏବଂ କୁଲଗାମରେ ଗୋଟିଏ ଲେଖାଁଏ ଜାଗାରେ ଚଢ଼ାଉ କରାଯାଇଛି।
ସେହିପରି ବାସିତ୍‌ ଅହମ୍ମଦ ଡାର ବାସଭବନରେ ମଧ୍ୟ ରେଡ୍‌ କରାଯାଇଛି। ବାସିତ ଅହମ୍ମଦ ଆତଙ୍କବାଦୀ ନିଯୁକ୍ତି ଦେ‌ଇଥିବା ଏବଂ କିଛି ଅପ୍ରୀତିକର ପରିସ୍ଥିତି କରିବା ଯୋଜନା କରୁଥିବା ଏନଆଇଏ ବିଷଶେସୂତ୍ରରୁ ଖବର ପାଇଥିଲା। ବାସିତ୍‌ ଅହମ୍ମଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯାଇଛି। ତାଙ୍କ ନାମରେ ପୁଲିସ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।
ବାସିତ୍‌ ଫେରାର ଅଛି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରିରେ ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ ହୋଇଛି। ଆତଙ୍କବାଦୀମାନେ ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଥିଲେ। ଏହା ପରେ ସେଠାରେ ପୁଲିସ ସତର୍କ ହେବା ସହ ଏନଆଇଏ ସକ୍ରିୟ ହୋଇଛି।

ad-week
Leave A Reply

Your email address will not be published.