ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କଲେ ଚୀନ୍‌ ଉପରେ ଲାଗୁ ହୋଇପାରେ କଟକଣା: ଆମେରିକାର ଚେତାବନୀ

add-all

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ମସ୍କୋକୁ ଯୁଦ୍ଧ ଉପକରଣ ଯୋଗାଇଲେ ପରିଣାମ କ’ଣ ହେବ ତାହା ରୁଷ୍‌ ବିରୋଧରେ ଲାଗୁ ହୋଇଥିବା କଟକଣାରୁ ଚୀନ୍‌ ଭଲ ଭାବେ ବୁଝି ପାରୁଥିବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଉପ-ବୈଦେଶିକ ସଚିବ ୱେଣ୍ଡି ସେର୍‌ମାନ୍‌ କହିଛନ୍ତି।
ସେର୍‌ମାନ୍‌ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଓ ମେଣ୍ଟ ରାଷ୍ଟ୍ରମାନେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ତାଙ୍କ ଦେଶର ଅର୍ଥନୀତି, ପ୍ରଭାବଶାଳୀ ବ୍ୟବସାୟୀମାନଙ୍କ ବିରୋଧରେ ଜାରି କରିଥିବା କଟକଣା ଚୀନ୍‌ ନେତା ସି ଜିଙ୍ଗ୍‌ପିଙ୍ଗ୍‌ଙ୍କ ପାଇଁ ଗୋଟାଏ ଦୃଷ୍ଟାନ୍ତ।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ମନେହୁଏ, ଯଦି ପୁଟିନ୍‌ଙ୍କୁ କ‌ୌଣସି ପ୍ରକାର ସହାୟତା କରନ୍ତି ତା’ର ପରିଣାମ କ’ଣ ହେବ ଏଥିରୁ ରାଷ୍ଟ୍ରପତି ସି ଭଲ ଭାବେ ବୁଝି ପାରୁଥିବେ। ପାଶ୍ଚାତ୍ୟ ଓ ତା’ର ମେଣ୍ଟ ରାଷ୍ଟ୍ରମାନଙ୍କ ସହଯୋଗରେ ଜାରି କଟକଣାରୁ ବେଜିଙ୍ଗ୍‌ ସମୁଚ୍ଚିତ ଶିକ୍ଷା ଗ୍ରହଣ କରିବା ଉଚିତ। ରୁଷ୍‌ଦ୍ବାରା ପ୍ରେରିତ ହୋଇ ଚୀନ୍‌ ଯଦି ଗଣତାନ୍ତ୍ରିକ ପଦ୍ଧତିରେ ଶାସିତ ତାଇୱାନ୍‌ ଦ୍ବୀପକୁ ବଳପୂର୍ବକ ଅଧିକାର କରେ, ତାହା ଗ୍ରହଣୀୟ ହେବ ନାହିଁ।
ସୂଚନାଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣ ପାଇଁ ଚୀନ୍‌ ରୁଷ୍‌କୁ ନିନ୍ଦା କରିନାହିଁ କି, ଜାତିସଂଘ ନିରାପତ୍ତା ପରିଷଦ୍‌ରେ ତା’ ସପକ୍ଷ କିଂବା ବିପକ୍ଷରେ ଭୋଟ୍‌ ଦେବାରୁ ନିବୃତ୍ତ ରହିଛି।
ଏହାଛଡ଼ା, ଅଳ୍ପ କିଛି ବର୍ଷ ହେବ ମସ୍କୋ ବେଜିଙ୍ଗ୍‌ ସହିତ ସମ୍ପର୍କ ନିବିଡ଼ କରିଛି। ଗତ ଫେବ୍ରୁଆରି ମାସରେ ଦୁଇ ଦେଶ ମଧ୍ୟରେ ‘ନୋ ଲିମିଟ୍ସ୍‌’ ଭାଗୀଦାରିତା ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.