୨୫ କେଜି ଗଞ୍ଜେଇ ସହ ନାଏବ ସରପଞ୍ଚଙ୍କ ସ୍ବାମୀ ଗିରଫ

add-all

ଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମର ମିଳିତ ଚଢ଼ାଉ କରି ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା ଛତ୍ରିଆଙ୍କ ସ୍ବାମୀ ରାହାସ ବିହାରୀ ଛତ୍ରିଆ।

ବଲାଙ୍ଗୀର ମୋବାଇଲ ୟୁନିଟ କୌଣସି ଏକ ସୂତ୍ରରୁ ଖବର ପାଇବା ପରେ ଭୋଏଗୁରା ଗାଁ ସ୍ଥିତ ରାହାସଙ୍କ ଘରୁ ଲୁଚେଇ ରଖିଥିବା ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ରାହାସ ବିହାରୀଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲେ।

ad-week
Leave A Reply

Your email address will not be published.