ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ବାଟେନବାଡା, ତେଗଡାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଗୁଜବ ପ୍ରଚାରିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ସପ୍ତାହରେ ଛତିଶଗଡ଼ ସୀମାରୁ ଶାବେରୀ ନଦୀ ପାର ହୋଇ ଦୁଇଟି ମହାବଳ ବାଘ ଓଡିଶା ସୀମାବର୍ତ୍ତୀ ମାଟେରୁ ପଞ୍ଚାୟତର ବାଟେନବାଡା ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଚାଲି ଆସିଥିଲେ। ଏହି ବାଘ ଦ୍ୱୟ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ନଜରରେ ପଡିବା ଲୋକେ ପ୍ରକାଶ କରଛନ୍ତି ।ଏହି ଅଞ୍ଚଳର ଦୁଇଟି ଗାଇ ଶୀକାର କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଖବର ପାଇ ବନ ବିଭାଗ ଗତ ୪ ଦିନ ଧରି ବାଟେନବାଡା, ତେଗଡାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲ କ୍ଷେତ୍ରକୁ ଯାଇ ପାଟ୍ରୋଲିଂ କରିବା ସହ ୱାଚ କ୍ୟାମେରା ଯୋଗେ ବାଘର ଗତିବିଧିକୁ କଏଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗତ ଚାରିଦିନ ମଧ୍ୟରେ ବାଘର ଉପସ୍ଥିତି ନେଇ ସେଭଳି କୌଣଷି ସୁରାକ ମିଳିପାରି ନଥିଲା କିନ୍ତୁ କେତେକ ସ୍ଥାନରେ ବାଘର ପାଦ ଚିହ୍ନ ଗ୍ରାମବାସୀ ଦେଖିଥିବା ଏବଂ ସ୍ପଷ୍ଟ ଭାବେ ବାରି ହୋଇପାରୁ ନଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏଭଳି ପରିସ୍ଥିତିର ସୁଯୋଗ ନେଇ ସାମାଜିକ ଗଣମାଧ୍ଯମରେ ମାଟେରୁ ଅଞ୍ଚଳରେ ବାଘର ଚଳପ୍ରଚଳ ନେଇ ବିଭିନ୍ନ ଗୁଜବ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି, ଯାହା ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସ୍ରୁଷ୍ଟି କରୁଥିବା କୁହାଯାଉଛି। ଅନ୍ୟପଟେ ଗତ ଦିନରେ ଛତିଶଗଡ଼ ବିଜାପୁର ଓ ଉଦନ୍ତି ସୀତା ନଦୀ ଜଙ୍ଗଲ ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ବିଭିନ୍ନ ବଣ୍ୟଜନ୍ତୁ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ଚାଲିଆସିଥିବା କୁହାଯାଉଥିବା ଘଟଣା ମାଟେରୁ ଅଞ୍ଚଳକୁ ବାଘ ଆସିଥିବା ଘଟଣାକୁ ସତ୍ୟତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତେବେ ସ୍ଥାନୀୟ ଅଞ୍ଚଳରେ ବାଘ ଥିବା ନେଇ ସେଭଳି ବଳିଷ୍ଠ ପ୍ରମାଣ ନଥିବାରୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନହେବାକୁ ବନବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।
