ରଶ୍ମିତା ବାଙ୍କା ହେଲେ ବାଲିମେଳା ନଗରର ନବ ନିର୍ବାଚିତ ଉପାଧ୍ୟକ୍ଷ…

add-all

ବାଲିମେଳା: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଉପାଧ୍ୟକ୍ଷ ଭାବେ ୭ ନଂ ୱାର୍ଡ କାଉନସିଲର ଶ୍ରୀମତି ରଶ୍ମିତା ବାଙ୍କା ନିର୍ଦ୍ୱନ୍ଦ ଭାବେ ବିଜେଡି ତରଫରୁ ନିର୍ବାଚିତ ହୋଇଛନ୍ତି। ବିଜେଡିର ନବ ନିର୍ବାଚିତ ୮ କାଉନସିଲର ମଧ୍ଯ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ଭାଗ୍ୟର ପରୀକ୍ଷା ଦେଉଥିବା ବେଳେ ଶ୍ରୀମତୀ ବାଙ୍କା ବାଜି ମାରିନେଇଥିଲେ ।ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ନଗର ସଭାପତି ମଙ୍ଗଳା ପାଙ୍ଗି, ଜିଲ୍ଲା ଯୁବ ସଭାପତି ଆଡ଼ମା ରାବା, ଜିଲ୍ଲା ଛାତ୍ର ସଭାପତି ତାପସ ରଞ୍ଜନ ନାୟକ,ପରାଜିତ ଅଧ୍ୟକ୍ଷ ପ୍ରାର୍ଥୀ ସଂଜୀବ ଦୋରା ତଥା ବିଧାୟକ ପ୍ରତିନିଧି ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଫୁଲତୋଳା ଦେଇ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ପକ୍ଷରେ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ନାୟକ ମଧ୍ୟ ଶ୍ରୀମତୀ ବାଙ୍କାଙ୍କୁ ସ୍ବାଗତ ଜଣାଇଥିଲେ।
ତେବେ ଆଗାମୀ ଦିନରେ ବି.ଜେ.ପି. ଅଧ୍ୟକ୍ଷ ଏଵଂ ବି.ଜେ.ଡି. ଉପାଧ୍ୟକ୍ଷଙ୍କ ଏହି ସମୀକରଣ ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶକୁ କେଉଁ ଦିଶା ଦେବେ ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.