ସାମ୍ବାଦିକଙ୍କ ପ୍ରତି ପୋଲିସର ବର୍ବରତା ଘଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

add-all

ଦାରିଙ୍ଗବାଡ଼ି,୮/୪ : ନୀଳଗିରିର ସାମ୍ବାଦିକଙ୍କ ପ୍ରତି ପୋଲିସର ବର୍ବରତା ନେଇ ଦାରିଙ୍ଗବାଡ଼ି ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା କରାଯିବା ସହ ପୋଲିସ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଅନ୍ୟାୟ ଭାବେ ନିଳଗିରି ଥାନା ଅଧିକାରୀ ଗିରଫ କରିବା ଓ ପୋଲିସ ଆକ୍ରମଣରେ ଆହତ ହୋଇ ମେଡିକାଲରେ ଚିକିସ୍ତିତ ହେବା ସମୟରେ ଦଳେଇଙ୍କ ଗୋଡ଼ରେ ସିକୁଳି ବେଡ଼ି ପକାଇବା ଏକ ନିନ୍ଦନିଅ ଘଟଣା ଅଟେ । ଏପରିକି ବଡ ବଡ ଦୁର୍ଦାନ୍ତ ଅପରାଧୀ ମାନଙ୍କୁ ବେଡ଼ି ପକାଯାଇନଥିବା ବେଳେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ କିଭଳି ଏଭଳି ବେଡ଼ି ପକାଗଲା ତାହା ପୋଲିସର କାର୍ଯ୍ୟଶୈଳୀକୁ ନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିଛନ୍ତି । ଏଣୁ ନିଳିଗିରି ଥାନା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ବିଡ଼ିଓଙ୍କୁ ଦାବିପତ୍ର ଦେବା ସମୟରେ ସାମ୍ବାଦିକ ପ୍ରେମଚାନ୍ଦ ସିଂ, ଅଶ୍ୱିନ ମନ୍ତ୍ରୀ, ତରଣୀ ସାହୁ, ଲଷ୍ମୀକାନ୍ତ ରାଜଗୁରୁ, ରାଜୀବ ମୁଠାମାଝୀ, ବରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.