ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେନି ମାୟାବତୀ: ରାହୁଲ ଗାନ୍ଧି

add-all

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ। ୟୁପି ନିର୍ବାଚନ ପରାଜୟ ପରେ ଏହା କହିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଚାହୁଁଥିଲା । ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦିଆଯାଇ ଥିଲା। କିନ୍ତୁ ମାୟାବତୀ କିଛି ଉତ୍ତର ଦେଇନଥିବା ରାହୁଲ କହିଛନ୍ତି ।
ଏମିତିକି ସେ ଚଳିତ ଥର ନିର୍ବାଚନ ମଧ୍ୟ ଲଢିନଥିଲେ । ମାୟାବତୀ ଇଡି, ସିବିଆଇ ଡରରେ ଲଢିବାକୁ ଭୟ କରୁଛନ୍ତି। ରାହୁଲ ଆହୁରି କହିଛନ୍ତି ଯେ, ମାୟାବତୀ ଦଳିତଙ୍କୁ ଶକ୍ତିଶାଳି କରିଛନ୍ତି। କିନ୍ତୁ ସେ ଲଢୁ ନାହାଁନ୍ତି। ବାଟ ସଫା ଥିଲେ ବି, ସିବିଆଇ, ଇଡି ଓ ପେଗାସସ ଡରରେ ସେ ଲଢିବାକୁ ଚାହୁଁ ନାହାଁନ୍ତି ବୋଲି ରାହୁଲ କହିଛନ୍ତି।
ଉତ୍ତରପ୍ରଦେଶର ୪୦୩ଟି ବିଧାନ ସଭା ଆସନରୁ ମାତ୍ର ଦୁଇଟି ଜିତିଛି କଂଗ୍ରେସ। ସେହିପରି ମୋଟ ମତଦାନର ଭୋଟ୍‌ ସେୟାର ୨.୫ ପ୍ରତିଶତରୁ କମ ପାଇଛି ଦଳ। ଏପରିକି ୮୭ ପ୍ରତିଶତ କଂଗ୍ରେସ କର୍ମୀ ନିଜର ଅମାନତ ହରାଇଛନ୍ତି। ବିଏସପି ମାତ୍ର ଗୋଟିଏ ସିଟ୍‌ ଜିତିଛି। ଦଳ ୧୩ ପ୍ରତିଶତ ଭୋଟ୍‌ ସେୟାର ପାଇଛି। ୭୨ପ୍ରତିଶତ ପ୍ରାର୍ଥୀ ନିଜର ଅମାନତ ହରାଇଛନ୍ତି। ମୋଟାମୋଟି ଭାବେ ୟୁୟିରେ ବିଜେପି ଓ ଏସପି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହୋଇଥିଲା।

ad-week
Leave A Reply

Your email address will not be published.