ଖଲ୍ଲିକୋଟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…

add-all

ଖଲ୍ଲିକୋଟ : ଖଲ୍ଲିକୋଟ ଶ୍ରିମରଦରାଜ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳା କୁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଖଲ୍ଲିକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ବିରଜା ମଞ୍ଜରୀ ମିଶ୍ର ଜିଲ୍ଲା ବିଜ୍ଞାନ ସଂଯୋଜକ ବିଷ୍ଣୁ ତ୍ରିପାଠୀ ,ବ୍ଲକ ସହକାରୀ ଯନ୍ତ୍ରୀ ଛ ନ୍ଦ|ଶ୍ରୀ ନାୟକ ,ଓ ଜୁରୀ ଭାବେ ଖଲ୍ଲିକୋଟ ଆର ସି ଏମ ମହାବିଦ୍ୟାଳୟ ର ବୋଟନି ଅଧ୍ୟାପକ ପି କେ ସ୍ୱାଇଁ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପଦ୍ମଜ| ନାୟକ ଜୁରୀ ଭାବେ ଓ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୋମତୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଉକ୍ତ ବିଜ୍ଞାନ ମେଳା ରେ ୩୨ ଗୋଟି ହାଇସ୍କୁଲ ରୁ ୪୫ ଛାତ୍ର ଛାତ୍ରୀ ଓ ୫୫ ଗୋଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ର ୬୦ ଜଣ ଛାତ୍ର ଛାତ୍ରୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ଗୁଡିକ ଆୟୋଜିତ ମେଳା ରେ ପ୍ରଦର୍ଶିତ କରିଥିଲେ l ଉଦ୍ଯାପନ ଉଛବ ରେ ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ .ବିମଳ ପ୍ରସାଦ ସାହୁ ଓ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଆହୁତି ବରାଳ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିବା ଶ୍ରେଷ୍ଠ ତିନି ଜଣ ଛାତ୍ର ଙ୍କୁ ପୁରସ୍କୃତ କରିବା ସହ ଅଂଶ ଗ୍ରହଣ କରିଥିବା ସମସ୍ତ କୁନି ବୈଜ୍ଞାନିକ ମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ l ଉକ୍ତ ମେଳା ସମସ୍ତ ବିଦ୍ୟାଳୟ ମାନଙ୍କ ଶିକ୍ଷକ ମାନଙ୍କ ସହ ସମସ୍ତ ୧୬ ସି ଆର ସି ସି ମାନେ ଯୋଗ ଦେଇ ମେଳା କୁ ସଫଳତା ର ସହ ଆଗେଇ ନେଇ ଥିଲେ l

ad-week
Leave A Reply

Your email address will not be published.