ଅମିତାଭ, ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କଲା ମଧ୍ୟପ୍ରଦେଶ କଂଗ୍ରେସ

add-all

ଭୋପାଳ: ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ସମାଲୋଚନା କରିବାରେ ଚୟନାତ୍ମକ ହୋଇଥିବା ଅଭିଯୋଗ କରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଶନିବାର ଦାହ କରିଛି ମଧ୍ୟପ୍ରଦେଶ କଂଗ୍ରେସ। ଯେତେବେଳେ ୟୁପିଏ କ୍ଷମତାରେ ଥିଲା ସେତେବେଳେ ଦଳ ସେମାନଙ୍କର କିଛି ଟ୍ଵିଟ୍‌ ଉପରେ ଆଲୋକପାତ କରିଥିଲା। ଅନ୍ୟପକ୍ଷରେ ଶାସକ ବିଜେପି ଦୁଇ ଅଭିନେତାଙ୍କ କୁଶପୁତ୍ତଳିକା ଦାହ କରିବାକୁ କଂଗ୍ରେସର ପଦକ୍ଷେପକୁ ନିରାଶାର କାର୍ଯ୍ୟ ବୋଲି କହିଛି।
୨୦୧୨ରେ, ଏହି ଅଭିନେତାମାନେ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ବିରୁଦ୍ଧରେ ଟ୍ଵିଟ୍‌ କରି ଲେଖିଥିଲେ ଯେ ଯାନବାହନ କ୍ରୟ କରାଯାଇପାରିବ କିନ୍ତୁ ପେଟ୍ରୋଲ, ଡିଜେଲ କିଣିବା ପାଇଁ ଋଣ ଆବଶ୍ୟକ ହେବ। ସେହି ସମୟରେ ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୦୦ରୁ ୪୦୦ ଟଙ୍କା ଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ପ୍ରାୟ ୬୦ ଟଙ୍କା ଥିଲା ବୋଲି ଏହି ବିକ୍ଷୋଭ ଆୟୋଜନ କରିଥିବା କଂଗ୍ରେସ ବିଧାୟକ ପିସି ଶର୍ମା ଶନିବାର ଗଣମାଧ୍ୟମକୁ କହିଛନ୍ତି।
ଶର୍ମା କହିଛନ୍ତି ଯେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୦୦୦ ଟଙ୍କାରୁ ଅଧିକ ଏବଂ ପେଟ୍ରୋଲ-ଡିଜେଲ ୧୦୦-୧୨୦ ରେଞ୍ଜରେ ଖୁଚୁରା ବଜାରରେ ବିକ୍ରି ହେବା ସତ୍ତ୍ୱେ ଏହି ଅଭିନେତାମାନେ ବର୍ତ୍ତମାନ ବିଜେପି ଶାସନ ଅଧୀନରେ ଚୁପ୍‌ ଅଛନ୍ତି। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି, ସାଧାରଣ ଲୋକଙ୍କ ପାଇଁ ସେମାନଙ୍କର କୌଣସି ଚିନ୍ତା ନାହିଁ।

ad-week
Leave A Reply

Your email address will not be published.