ବିନା ପଞ୍ଜିକରଣରେ ବୁଷ୍ଟର୍‌ ଡୋଜ୍‌, ଟିକା ପାଇଁ ଦେବାକୁ ପଡିବ ଏତିକି ଟଙ୍କା

add-all

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣରେ ରହିଛି। ତଥାପି ସମ୍ପୂର୍ଣ୍ଣ ଯାଇନି ମହାମାରୀ। ଏହି ମହାମାରୀକୁ ମାତ୍‌ ଦେବା ପାଇଁ ସରକାର ପୁଣି ଏକ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍‌ ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି।
ତେବେ ଏହି ବୁଷ୍ଟର ଡୋଜ୍‌ ପାଇଁ ଆଉ ପୂର୍ବଭଳି କୋୱିନ୍‌ ଆପ୍‌ରେ ରେଜିଷ୍ଟର କରିବାକୁ ପଡିବ ନାହିଁ। ଅର୍ଥାତ ବିନା ପଞ୍ଜିକରଣରରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ। ହେଲେ ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡିବ ଟଙ୍କା। ତେବେ କୌଣସି ଘରୋଇ ଟିକାକରଣ କେନ୍ଦ୍ର ବୁଷ୍ଟର ଡୋଜ ପ୍ରତି ୧୫୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ। ଏହାସହ ବ୍ୟକ୍ତି ଜଣଙ୍କ ଯେଉଁ କମ୍ପାନୀର କରୋନା ଟିକା ନେଇଥିବେ ସେମାନଙ୍କୁ ସେହି କମ୍ପାନୀର ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ମୁତାବକ ୧୮ ବର୍ଷ ବୟସରୁ ଅଧିକ ବୟସର ଲୋକ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ନେଇପାରିବେ। ହେଲେ ବୁଷ୍ଟର ଡୋଜ ନେବାର ୯ ମାସ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଟିକାର ଉଭୟ ଡୋଜ ନେଇଥିବା ଆବଶ୍ୟକ। ସେପଟେ ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଯୋଗ୍ୟ ଲୋକଙ୍କ ପାଇଁ ବୁଷ୍ଟର ଡୋଜ ପ୍ରତି ଖୋରାକର ଦାମ ୬୦୦ ଟଙ୍କା ରହିବ।

ad-week
Leave A Reply

Your email address will not be published.