ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଷ୍ଟିସ୍ ବିନିତ ସରନ 

add-all

ପୁରୀ : ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାସହ ମାଆ ମହାଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ମଧ୍ୟ କରିଥିଲେ।ରାମ ନବମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ସହ ଖୁସି ବ୍ୟକ୍ତ କରିଥିଲେ।

ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଓ ସେବାୟତ ମାନେ ଦର୍ଶନ ସମୟରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.