ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୧୧ ସହର

add-all

ଭୁବନେଶ୍ଵର ୧୦।୦୪: ରାଜ୍ୟରେ ଅସହ୍ୟ ହେଲାଣି ଗ୍ରୀଷ୍ମ ତାତି। ଦାଉ ଦାଉ ଖରାରେ ଡହଳବିକଳ ଜନଜୀବନ। ଅସ୍ତବ୍ୟସ୍ତ ସାଧାରଣ ଜୀବନ। ଦିନ ବେଳେ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ଲଗାତାର କିଛି ଦିନ ଧରି ଅନେକ ସ୍ଥାନରେ ଗରମ ଅସହ୍ୟ ହେଉଛି। ପ୍ରତ୍ୟେକ ଦିନ ୭ ରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।

ତେବେ ଆଜି ରାଜ୍ୟର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୨.୩ ଡିଗ୍ରୀ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଗତ କିଛି ଦିନ ହେବ ସୋନପୁର ସହର ତାତିରେ ଟିଟିଲାଗଡର ରେକର୍ଡ କାଟୁଛି।

ପାଣିପାଗ ବିଭାଗ ଅନୁଯାୟୀ, ବଲାଙ୍ଗିରରେ ତାପମାତ୍ରା ୪୨.୨ ଡିଗ୍ରୀ, ବାରିପଦା ଏବଂ ଟିଟିଲାଗଡରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮ ଡିଗ୍ରୀ, ସମ୍ବଲପୁରରେ ୪୧.୭ ଡିଗ୍ରୀ, ବୌଦ୍ଧରେ ୪୧.୫ ଡିଗ୍ରୀ, ଅନୁଗୁଳରେ ୪୦.୯ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, ସୁନ୍ଦରଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୭.୪ ଡିଗ୍ରୀ ଏବଂ କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.