୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର

add-all

ଖଲ୍ଲିକୋଟ (୧୦/୪) ଆଜି ଭୋର ରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୁରପାଲି ଗ୍ରାମ ନିକଟରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିବ ଫଳରେ ଟ୍ୟାଙ୍କରରେ ଥିବା ସହ ସହ ଲିଟର କେମିକାଲ ରାସ୍ତା ଉପରେ ଢାଳି ଯିବା ଫଳରେ ରାଜପଥ କଡରେ ଥିବା ଗ୍ରାମବାସୀ ମାନେ ଭୟଭୀତ ହୋଇପଡିଥିବା ଜଣାପଡିଛି l ଦୁର୍ଘଟଣାଗ୍ରସ୍ତ ଗାଡି ରଚାଳକ ରଞ୍ଜନ ସାହୁ ସାମାନ୍ୟ ଆହତ ହୋଇଛନ୍ତି l ତେବେ କେମିକାଲ ବୋଝେଇ ଗାଡି ଟି ଗଂଜାମ ଜୟଶ୍ରୀ କେମିକାଲ ଠାରୁ ଅନଗୁଳ ଅଭିମୁଖେ ଯାତ୍ରା କରୁଥିଲା l ସକାଳେ ଉକ୍ତ କେମିକାଲ ଅନ୍ୟ ଏକ ଗାଡି କୁ ନେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପହଂଚି ଥିବା ଜଣାପଡିଛି l ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ରାସ୍ତା ନିର୍ମାଣ କ୍ଷେତ୍ର ରେ ତ୍ରୁଟି ବିଛୁଟି କରିବା ଓ ଭାରୀଯାନ ଚଳାଚଳ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ନ ଦେବା ଫଳରେ ୧୬ ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ଠାରୁ ସାନଘାଟି ମଧ୍ୟ ରେ ଗତ ଜାନୁଆରୀ ୨୦୨୧ ଠାରୁ ଚଳିତ ମାର୍ଚ୍ଚ ସୁଦ୍ଧା ପ୍ରାୟ ପଚାଶ ରୁ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷତି ଘଟିଲାଣି l ଫଳରେ ପଥଚାରୀ ଓ ଅନ୍ୟାନ୍ୟ ଗାଡି ଆରୋହୀ ଙ୍କ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି l

ad-week
Leave A Reply

Your email address will not be published.