କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

add-all

ଭଦ୍ରକ ଅଫିସ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି। ସେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଛନ୍ତି।
ଅନ୍ୟପକ୍ଷେ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିଦ୍ୟାଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ହାଜର ହୋଇଛନ୍ତି ।

ଆସନ୍ତା ୨୨ ତାରିଖରେ ପୁଣି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ଅପିଲ କରାଯାଇନାହିଁ ।
ସୂଚନାଯୋଗ୍ୟ, ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯିବା ପରେ ଭୁବନେଶ୍ବର ଅଣାଯାଇଥିଲା । ସେଠାରେ ହତ୍ୟା କରାଯାଇ ମୃତଦେହ ନଷ୍ଟ କରିବାକୁ ନୟାଗଡ଼ ନିଆଯାଇଥିଲା।

ad-week
Leave A Reply

Your email address will not be published.