ଶିକ୍ଷକସଂଘ ପକ୍ଷରୁ ମୃତ ଶିକ୍ଷକ ପରିବାରକୁ ଆର୍ଥିକ ସହାୟତା

add-all

ଦାରିଙ୍ଗବାଡ଼ି,୧୧/୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଅଲାଞ୍ଜୁରୀ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୃତକ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବ୍ଲକ ଶିକ୍ଷକ ସଂଘ ସଭାପତି ଜାମିନି କାନ୍ତ ପଡ୍ରା. ସମ୍ପାଦକ ବିଦେଶୀ ନାୟକ ଙ୍କ ସମେତ ନବୀନ ସାହୁ. ବିଦୁଭୂଷଣ ନାୟକ. ରମାକାନ୍ତ ସିଂ. ଆଶୁତୋଷ ସାହୁ, ସୁଧାଂଶୁ ପ୍ରଧାନ. ଆମ୍ବେଦକର ବସ୍ତରାୟ. ରାମେଶ୍ୱର ପ୍ରଧାନ. ନାମେଶ୍ୱର ପ୍ରଧାନ. ଜୁଲିଆ ନାୟକ. ରମାକାନ୍ତ ଡିଗାଲଙ୍କ ସହଯୋଗରେ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ୨୬ ହଜାର ୭ ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.