କ୍ଳଷ୍ଟର ସ୍ତରୀୟ ମୈଳିକ ସ୍ବାକ୍ଷରତା, ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

add-all

ଚିକିଟି : ଗିରିସୋଲା ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ଉପରେ ପର୍ଯ୍ୟବେସିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ବସନ୍ତ ପଣ୍ଡା ଯୋଗଦେଇ ଥିଲା ବେଳେ ଗିରିସୋଲା ସରପଞ୍ଚ ଦିନା ଆଲିସା,ସୁମାଣ୍ଡି ସରପଞ୍ଚ କେ ଦିବାନନ୍ଦ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଏମ୍ ନାଗରାଜୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏଥିରେ ୯ ଟି ବିଦ୍ୟାଳୟ ସେମାନଙ୍କ ଟିଏଲ ଏମ୍ ପ୍ରଦର୍ଶନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ନରସିଂହ ପତି, ପ୍ରଫୁଲ୍ଲ ଜାନୀ, ଦଣ୍ଡ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସିଆରସିସି ବଦ୍ରିନାଥ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମଦନମୋହନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ହେଚ ଉମାଜୟନୀ ଓ ସଭାପତି ପାପାରାଓ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.