ପୁଣି କରୋନା ପ୍ରାଦୁର୍ଭାବ:ସରକାର କହିଲେ ସ୍କୁଲ ବନ୍ଦ ଶେଷ ବିକଳ୍ପ

add-all

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ସଂକ୍ରମଣ ବୃଦ୍ଧି ପାଇବାରୁ ଦୈନିକ ମାମଲା ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି। ଯଦି ସ୍ଥିତି ଜଟିଳ ହୁଏ ତେବେ ସ୍କୁଲ ବନ୍ଦ ଶେଷ ବିକଳ୍ପ ବୋଲି କୁହାଯାଇଛି। ଯଦି ଦରକାର ପଡ଼େ ତେବେ ଆଂଶିକ ବନ୍ଦ ପାଇଁ ପଦକ୍ଷେପ ନିଆଯାଇପାରେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ଏହା କହିଛନ୍ତି। ପିଲାଙ୍କ ପାଠପଢ଼ାରେ ସରକାର ବାଧା ସୃଷ୍ଟି କରିବାକୁ ଚାହୁଁନାହାନ୍ତି।
ପିଲାଙ୍କର ପାଠପଢ଼ା ସାଙ୍ଗକୁ ସେମାନଙ୍କର ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସିଶୋଦିଆ ଆହୁରି କହିଛନ୍ତି ଯେ, ସମର ଭେକେସ୍‌ନରେ ମଧ୍ୟ କ୍ଲାସ୍ ଚାଲିବ। ଫଳରେ ସିଲାବସ୍‌ ମଧ୍ୟରେ ଥିବା ବ୍ୟବଧାନର ସମାଧାନ ହୋଇପାରିବ। ଦିଲ୍ଲୀରେ ଟର୍ମ ୱାନ୍‌ ଓ ଟର୍ମ ଟୁ ଫର୍ମାଟରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ କୋଭିଡ୍‌ ମାମଲା ୦.୫ରୁ ୨.୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଗୁରୁବାର ଦିଲ୍ଲୀରେ ୩୨୫ଟି କୋଭିଡ୍‌ ମାମଲାରେ ରେକର୍ଡ଼ କରାଯାଇଛି। ବୁଧବାର ୨୯୯ ‌ଏବଂ ସୋମବାର ୧୩୭ଟି ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଲକଡାଉନ୍‌ କିମ୍ବା ସ୍କୁଲ ବନ୍ଦ କୋଭିଡ୍‌ ମୁକାବିଲାର ସୂତ୍ର ନୁହଁ ବୋଲି ଦିଲ୍ଲୀ କଂଗ୍ରେସ ନେତା ଅନିଲ କୁମାର କହିଛନ୍ତି।ଲକଡାଉନ୍‌ ବଦଳରେ ଦିଲ୍ଲୀରେ କୋଭିଡ୍‌ କଟକଣା ଉପରେ ସରକାର ଗୁରତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି । ସେହିପରି ଦିଲ୍ଲୀବାସୀଙ୍କୁ ବୁଷ୍ଟର ଡୋଜ୍‌ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ad-week
Leave A Reply

Your email address will not be published.