ଆରଏସଏସ୍ କର୍ମୀଙ୍କୁ ଗଳା କାଟି ହତ୍ୟା  

add-all

ପାଲକକଡ଼(କେରଳ): କେରଳର ପାଲକକଡ଼ ଅଞ୍ଚଳରେ ଜଣେ ଆରଏସଏସ୍ କର୍ମୀଙ୍କୁ ଶନିବାର ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା କର୍ମୀ ଜଣକ ହେଲେ ୪୫ ବର୍ଷୀୟ ଶ୍ରୀନିବାସନ। ପାଲକକଡ଼ ଟାଉନ୍‌ରେ ଏକ ଗୋଷ୍ଠୀ ପକ୍ଷରୁ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଶ୍ରୀନିବାସନ ତାଙ୍କ ଦୋକାନରେ ଥିବା ବେଳେ ଅଚାନକ ମରଣାନ୍ତକ ଆକ୍ରମଣ କରାଯାଥିଲା।
ସନ୍ଧିଗ୍ଧ ଅଭିଯୁକ୍ତମାନେ ଏକ ବାଇକରେ ଆସିଥିବା ଜଣାପଡ଼ିଛି।। ଗୁରୁତର ଅବସ୍ଥାରେ ଶ୍ରୀନିବାସନଙ୍କୁ ସ୍ଥାନୀୟ ମେଡିକାଲଳୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ଥାନୀୟ ଅଞ୍ଚଳର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ)ର ଜଣେ ସଦସ୍ୟଙ୍କୁ ହତ୍ୟାର ୨୪ ଘଣ୍ଟା ନପୁରୁଣୁ ଉପରୋକ୍ତ ହତ୍ୟାକାଣ୍ଡ ଘଟିଛି। ପିଏଫଆଇର ଏହି ସଦସ୍ୟ ଜଣକ ହେଉଛନ୍ତି ସୁବାଇର୍। ତାଙ୍କୁ ମଧ୍ୟ ଗଳାକାଟି ହତ୍ୟା କରାଯାଇଛି। ତେବେ ଶ୍ରୀନିବାସନଙ୍କ ହତ୍ୟାକାଣ୍ଡ ପଛରେ ପିଏଫଆଇର ହାତ ଥିବା ବିଜେପି ଅଭିଯୋଗ କରିଛି।

ad-week
Leave A Reply

Your email address will not be published.