ଦେଶରେ ସାମ୍ପ୍ରଦାୟିକ ଅସହିଷ୍ଣୁତା ନାହିଁ: ମୁକ୍ତାର ଆବାସ୍‌ ନକବୀ

add-all

ମୁମ୍ବାଇ: ନିଜର ଆସ୍ଥା ଏବଂ ବିଶ୍ୱାସର ପ୍ରତୀକକୁ ମାନି ଚଳିବା ପାଇଁ ଭାରତୀୟମାନଙ୍କର ସ୍ୱାଧୀନତା ରହିଛି। ଦେଶରେ ସାମ୍ପ୍ରଦାୟିକ ଅସହିଷ୍ଣୁତା ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକବୀ କହିଛନ୍ତି। ସମ୍ପ୍ରତି ଦେଶରେ ଧାର୍ମିକ ହିଂସା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁକ୍ତାର ଆବାସ୍‌। ରବିବାର ଛାପା ଗଣମାଧ୍ୟ ଇକୋନମିକ ଟାଇମ୍‌ସ୍‌ରେ ପ୍ରକାଶ ପାଇଥିବା ଏକ ସାକ୍ଷାରତକାରରେ ସରକାରଙ୍କ ଆଭିମୁଖ୍ୟ ଉପରେ ମୁକ୍ତାର ଆବାସ୍‌ ମତ ରଖିଛନ୍ତି।। ଶନିବାର ଦିଲ୍ଲୀରେ ହନୁମାନ ଜୟନ୍ତୀ ଅବସରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ସମେତ ଶତାଧିକ ଲୋକେ ଆହତ ହୋଇଛନ୍ତି।
ଦେଶର ବିଭିନ୍ନ ପ୍ରାନ୍ତରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସଂଖ୍ୟ ଲଘୁ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକବୀ କହିଛନ୍ତି ଯେ, ଯେଉଁମାନେ ଦେଶର ଶାନ୍ତି ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧିକୁ ସହ୍ୟ କରିପାରୁ ନାହାନ୍ତି ସେମାନେ ଦେଶର ଛବିକୁ ଖରାପ କରୁଛନ୍ତି। କିଏ କ’ଣ ଖାଇବେ ନଖାଇବ ତାହା ପରାମର୍ଶ ଦେବା ସରକାରଙ୍କ କାମ ନୁହଁ। ନିଜ ପସନ୍ଦର ଖାଦ୍ୟ ଖଇବା ପ୍ରତି ଭାରତୀୟଙ୍କ ପାଖରେ ସ୍ୱାଧୀନତା ରହିଛି।
ନିକଟ ଅତୀତରେ ହିଜାବକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏବେ ହିନ୍ଦୁ ନବବର୍ଷ ଏବଂ ପ୍ରଭୁ ଶ୍ରୀରାମ ଜୟନ୍ତୀ ଉତ୍ସବରେ ଧାର୍ମିକ ଉତ୍ତେଜନା ତୀବ୍ର ହୋଇଛି। ଯାହାକି ଦେଶରେ ଏକ ପ୍ରକାର ସାମ୍ପ୍ରଦାୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ଥିବା ବିବିଧ ବିଚାରଧାରା ଓ ବିଶ୍ୱାସ ପ୍ରତି ଏକପ୍ରକାର ସଙ୍କଟ ସୃଷ୍ଟି ହୋଇଥିବା ବିରୋଧୀ ଚିନ୍ତାପ୍ରକଟ କରିଛନ୍ତି।
ଏହି ପ୍ରସଙ୍ଗରେ ନକବୀ କହିଛନ୍ତି ଯେ, ଭାରତରେ ହିଜାବକୁ ବ୍ୟାନ କରାଯାଇ ନାହିଁ। ବଜାରରେ ମଧ୍ୟ ଜଣେ ହିଜାବ ପିନ୍ଧିପାରିବ । କିନ୍ତୁ ପ୍ରତି କଲେଜରେ ଏକ ଡ୍ରେସ କୋଡ୍‌ , ଶୃଙ୍ଖଳା ଏବଂ ଡେକୋରମ ରହିଛି। ଆମକୁ ମାନିବାକୁ ପଡ଼ିବ। ଯଦି ଏହାକୁ ଆପଣଙ୍କୁ ପସନ୍ଦ ନଆସେ ତେବେ ଆପଣ ଏକ ଭିନ୍ନ ଅନୁଷ୍ଠାନକୁ ବାଛିପାରିବା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.