ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ: ଶାସ୍ତ୍ରୀ

add-all

ମୁମ୍ବାଇ: ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏକାଧିକ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିବା ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ଦଳୀୟ ଚଳିତ ସଂସ୍କରଣରେ ସଂପ୍ରତି ପଏଣ୍ଟ୍‌ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି। ୫ ଥରର ବିଜେତା ମୁମ୍ବାଇ ୬ ମ୍ୟାଚ୍‌ ଖେଳି ସାରିଥିଲେ ମଧ୍ୟ ପଏଣ୍ଟ୍‌ ଖାତା ଖୋଲିବାକୁ ସକ୍ଷମ ହୋଇପାରିନି। ସେହିଭଳି ଚେନ୍ନାଇ ୫ରୁ ୧ ବିଜୟ ପାଇ ମୁମ୍ବାଇ ଉପରେ ରହିଛି। ଏହାକୁ ଦେଖି ପୂର୍ବତନ ଭାରତୀୟ କ୍ରିକେଟର୍‌ ଶାସ୍ତ୍ରୀ ଏଭଳି ଅଶା ବ୍ୟକ୍ତ କରିଛନ୍ତି। ‘‘ମୋର ବିଶ୍ବାସ ଚଳିତ ଋତୁରେ ଆମେ ନୂଆ ଆଇପିଏଲ୍‌ ବିଜେତା ଦେଖିବା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଶ୍ଚିତ ପ୍ଲେ ଅଫ୍‌ ଖେଳିବ। ଏମାନେ ଏବେ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ଏବଂ ଲୟରେ ଅଛନ୍ତି। ୬ ମ୍ୟାଚ୍‌ରୁ ଏହି ଦଳ ୪ ମ୍ୟାଚ୍‌ ଜିତି ସାରିଲାଣି। ଦୁଇ ନୂଆ ଦଳ ଗୁଜରାଟ ଟାଇଟାନ୍ସ (୫ ମ୍ୟାଚ୍‌) ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (୬ ମ୍ୟାଚ୍‌) ୮ ପଏଣ୍ଟ୍‌ ଲେଖାଏଁ ପାଇ ଶୀର୍ଷ ୨ରେ ରହିଛନ୍ତି। ଫଳରେ ଏମାନେ ବି ବିଜେତା ହୋଇପାରିବେ ବୋଲି ଷ୍ଟାର ସ୍ପୋର୍ଟ୍ସ ସହ କଥା ହେବା ବେଳେ ଶାସ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.