ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ : ଆକର୍ଷଣୀୟ ପଥରରେ ପୋତାଗଡ଼ର ମୁଖ୍ୟ ଫାଟକ ହେବ ନିର୍ମାଣ…

add-all

ଗଂଜାମ / ଛତ୍ରପୁର : ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ତହସିଲ ଅଫିସ ପକ୍ଷରୁ କୁହାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ପୋତାଗଡ଼ ପରିଦର୍ଶନରେ ଆସି ଓଡ଼ିଶା ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ଆକର୍ଷଣୀୟ ପଥରରେ ପୋତାଗଡ଼ର ମୁଖ୍ୟ ଫାଟକ ନିର୍ମାଣ ହେବ ଏବଂ ଜଳସେଚନ ବିଭାଗ ପକ୍ଷରୁ ଋଷିକୂଲ୍ୟା ନଦୀକୁ ଖନନ କରାଯାଇ ବୋଟିଂ କ୍ଲବ ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଥି ସହିତ ସେଠାରେ ଫୁଡ ପ୍ଲାଜା, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକ ପ୍ରାତଃ ବ୍ରହ୍ମଣ ପାଇଁ ଚତୁଃପାର୍ଶ୍ୱ ଆଲୋକିକରଣ ଆଦି ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ରଖିଛି । ସଚିବଙ୍କ ପରିଦର୍ଶନ ବେଳେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତି ଭାସନ୍‌, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଜଳ ପ୍ରଭାରୀ ତଥା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମହାପାତ୍ର, ଋଷିକୁଲ୍ୟା ବାହୁଦା ବଂଶଧରା ନାଗାବଳୀ ବେସିନ୍‌ ତଥା (ଆର୍ବିଭିଏନ୍‌, ବ୍ରହ୍ମପୁର) ଡିଭିଜନର ମୁଖ୍ୟ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ପୋତାଗଡ଼ ଉନ୍ନୟନ କମିଟି ସଦସ୍ୟ ରାକେଶ ରଞ୍ଜନ ଦାସ, ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.