୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ରାଣା ଦମ୍ପତି

add-all

ମୁମ୍ବାଇ: ରବିବାର ମୁମ୍ବାଇର ଏକ କୋର୍ଟ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଲିସା ପାଠ କରିବା ଧମକକୁ ନେଇ ଗତକାଲି ସନ୍ଧ୍ୟାରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଦୁହେଁ ଏପରି କରି ଦୁଇପକ୍ଷ ଭିତରେ ଶତ୍ରୁତା ବଢ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆସିଥିଲା।
ସ୍ଥାନୀୟ ପୁଲିସ ସେମାନଙ୍କୁ ହପାଜତକୁ ନେଇ ପଚାରାଉଚରା କରିବାକୁ କରିଥିବା ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ବାନ୍ଦ୍ରା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଛୁଟିଦିନ ଏବଂ ରବିବାର ହୋଇଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ଆସନ୍ତା ୨୯ ତାରିଖରେ ରାଣାଙ୍କ ଜାମିନ ଆବେଦନର ଶୁଣାଣି ହେବ।
ଏହି ଦମ୍ପତିଙ୍କ ବିରୋଧରେ ପୂର୍ବରୁ ବିଭାଜନ ଦଫା ଲାଗିଛି। ଏହା ପୂର୍ବରୁ ରବି ରାଣା ଶିବସେନାର ମୁଖ୍ୟ ଥାକେରଙ୍କୁ ହନୁମାନ ଜୟନ୍ତିରେ ତାଙ୍କ ବାସ ଭବନରେ ହନୁମାନ ଚାଳିଶା ପାଠ କରିବାକୁ ଦାବି କରିଥିଲେ। ଏପରି ନ କଲେ ସେ ତାଙ୍କ ବାସଭବନକୁ ଯାଇ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇଥିଲେ।

ad-week
Leave A Reply

Your email address will not be published.