ଏମ୍ସ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଛଡ଼ାଇନେଲେ ସୁନା ଚେନ୍

add-all

ଭୁବନେଶ୍ଵର, ୨୪/୦୪ : ଏମ୍ସ ହସ୍ପିଟାଲର ଆଡମିନିଷ୍ଟ୍ରେଟର ପ୍ରବୀଣ ପାଠକଙ୍କୁ ମରଣାନ୍ତକ ଆକ୍ରମଣ। କେହି ଦୁର୍ବୃତ୍ତ ପ୍ରବୀଣ ପାଠକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପ୍ରବୀଣ କୁମାର ତମାଣ୍ଡୋ ଦେଇ ଫେରିବା ବେଳେ ଏକାଧିକ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏହାପରେ ତାଙ୍କର ସୁନା ଚେନ୍ ଛଡ଼ାଇ ଦେଇ ଫେରାର୍ ହୋଇଯାଇଛନ୍ତି। ଚୋରି ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.