ସିରିଏଲ୍ ଅଭିନେତା ଏମ୍‌.ସୁମନଙ୍କୁ ବାନ୍ଧିଲା ପାହାଳ ଥାନା ପୁଲିସ

add-all

ଭୁବନେଶ୍ବର : ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତାଜଣଙ୍କୁ ଥାନାକୁ ଡାକି ପଚରାଉଚୁରା କରିବା ପରେ ପୁଲିସ ଗିରଫ କରିଛି।

ସୂଚନଅନୁସାରେ ଓଡ଼ିଆ ଧାରାବହିକ ଅଭିନେତା ଏମ.ସୁମନ କୁମାର ଜଣେ ଯୁବତୀଙ୍କୁ ୨ ବର୍ଷରୁ ଅଧିକ ସମୟ ହେବ ଭଲ ପାଉଥିଲେ।

ଏହାପରେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ। ଏପରିକି ଦୁଇ ଜଣ ଦୁଇବର୍ଷ ଧରି ଏକାଠି ରହୁଥିଲେ। ହେଲେ ଏବେ ବାହା ହେବାକୁ ମନା କରିବାରୁ ଥାନାରେ ଅଭିଯୋଗ ଆଣିଥିଲେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପାହାଳ ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.