ଆଠ ଗୋଟି ଗ୍ରାମପଞ୍ଚାୟତର ଜନ ପ୍ରତିନିଧିଙ୍କୁ ନେଇ ସାମ୍ବିଧାନିକ ସଚେତନତା ଶିବିର

add-all

ଦାରିଙ୍ଗବାଡ଼ି(୨୫/୪) : ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ପଞ୍ଚାୟତରାଜ ବ୍ୟବସ୍ଥା ସମ୍ପର୍କରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବିଧାନିକ ସଚେତନତା ଶିବିର ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତ ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା, ଗଦାପୁର, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ଓ କାଟିଙ୍ଗ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ନାଏବ ସରପଞ୍ଚ ଯୋଗଦେଇ ପଞ୍ଚାୟ ରାଜ ବ୍ୟବସ୍ଥାରେ ରହିଥିବା ଆଇନ ଓ ସୁବିଧା ସମ୍ପର୍କରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ସଚେତନ ହୋଇଥିବା ଜଣାପଡିଛି । ତାଲିମ ଦାତା ଭାବେ ଜୀବିକା ସୁରକ୍ଷା ମଞ୍ଚର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ଯୋଗଦେଇ ଥିଲା ବେଳେ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଞ୍ଜୀବ ଦିଗାଲ, ସସ୍ମିତା ମଲିକ ଓ ରାଜୀବ ମଲିକ।ଏହା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ ବ୍ଲକ ସହ ସଂଯୋଜକ ସୁବାସ ସଭାସୁନ୍ଦର, କରୁଣାକର ଉଠାଣସିଂ, ଉସାରାଣୀ ଦଣ୍ଡସେନା, ଟନିତା ରଣଷଣ୍ଢ, ଓ ସୁଶିଳା ବେହେରା।

ad-week
Leave A Reply

Your email address will not be published.