ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ.ର ବିକ୍ଷୋଭ ପ୍ରଦର୍ଶନ

add-all

ହିଞ୍ଜିଳିକାଟୁ (୨୫/୪) : ହିଞ୍ଜିଳିକାଟୁରେ ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ସୋମବାର ୧୧ ଘଣ୍ଟା ୩୦ମି ସମୟରେ ଏସ୍‌.ୟୁ.ସି.ଆଇ.(କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ଵିଜୁ ପଟ୍ଟନାୟକ ଛକ ନିକଟରେ ଏକ ବିକ୍ଷୋଭପ୍ରଦର୍ଶନ କରାଯାଇଥିଲା । ଏସୟୁସିଆଈ ହିଞ୍ଜିଳିକାଟୁ ଲୋକାଲ କମିଟି ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଵିଜୁ ପଟ୍ଟନାୟକ ଛକ ରେ ବିକ୍ଷୋଭ ପ୍ରଦର୍ଶନ କରି ବିଜୁ ପଟ୍ଟନାୟକ ଛକ ଠାରୁ ଵିଦ୍ୱୁତ ଵିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଵିଭିନ୍ନ ସ୍ଲୋଗାନ ଦେଈ ଫ୍ଳା କାର୍ଡ ଧରି ଵିଦ୍ୱୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ଏକ ଦାବିପତ୍ର ହିଞ୍ଜିଳି କାଟୁ ଵିଦ୍ୱୁତ ଵିଭାଗୀୟ ଯନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କମ୍ପାନୀରାଜ ବନ୍ଦ କରି ଓଡିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ପୁନଃ ପ୍ରତିଷ୍ଠା କରିବା, ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ କରିବା, ସମସ୍ତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍ ଯୋଗାଇଦେବା, ବର୍ଦ୍ଧିତ ଶୁଳ୍କ ଓ ତ୍ରୁଟିପୂର୍ଣ୍ଣ ବିଲ ପ୍ରତ୍ୟାହାର କରିବା ନେଇ ଦାବି କରାଯାଇଥିଲା ହିଞ୍ଜିଳିକାଟୁ ସହରରେରେ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି ସେତେବେଳେ ପ୍ରତିି ଦିନ ବିନା ସୂଚନାରେ ପ୍ରତି ଘଣ୍ଟା କିମ୍ବା ଦୁଇ ଘଣ୍ଟାରେ ୧୫ ରୁ ୨୦ମି. ଲେଖାଏଁ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି । ତେଣୁ ସହର ବାସୀ ଏଥିରେ ଅତିଷ୍ଟ ହୋଇ ପଡିଛନ୍ତି । ସହରରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି । କେବଳ ହିଞ୍ଜିଳିକାଟୁ ସହର ନୁହଁ ସାରା ବ୍ଲକରେ ଏହି ଏକା ସମସ୍ୟା । ବ୍ଲକର ଅଧିକାଂଶ ଗ୍ରାମାଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ମଧ୍ୟ ଲାଗି ରହିଛି । ଦିନ ୧୨ଟା ପରେ ତାତି ଅସମ୍ଭାଳ ବଢୁଛି । ତେଣୁ ଦ୍ଵିପହରରେ ବିଦ୍ୟୁତ କାଟ ଅସହ୍ୟ ହୋଇ ପଡିଛି । ଗରିବ ଗୁରୁବା ଲୋକ ବିଦ୍ୟୁତ କାଟ ଯୋଗୁଁ ସବୁଠାରୁ ଅଧିକ ହଇରାଣର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାରେ ବିଦ୍ୟୁତ ଦେୟ ଅନ୍ୟ ପଡ଼ୋଶୀ ରାଜ୍ୟ ତୁଳନାରେ ଅଧିକ । ଘନଘନ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜରେ ଓଡ଼ିଶା ସାରା ଦେଶରେ ଦ୍ଵିତିୟ । ଗତବର୍ଷର ଡାଟା ଅନୁଯାୟୀ ଓଡ଼ିଶାରେ ଜଣେ ଉପୋଭକ୍ତା ୧୦୦ ୟୁନିଟ ଜଦି ଖର୍ଚ୍ଚ କରନ୍ତି, ତାଙ୍କୁ ୩୯୦ ଟଙ୍କା ଦେବାକୁ ପଡୁଛି । ତେଣୁ ଯଥାଶିଘ୍ର ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଏସ୍‌.ୟୁ.ସି.ଆଇ(କମ୍ପୁନିଷ୍ଟ) ପକ୍ଷରୁ ଦୃଢ ଦାବି କରାଯାଇଛି ।କାର୍ଯ୍ୟକ୍ରମରେ ଏସ୍‌.ୟୁ.ସି.ଆଇ(କମ୍ପୁନିଷ୍ଟ) ହିଞ୍ଜିଳିକାଟୁ ଲୋକାଲ କମିଟି ନାରାୟଣ ସାହୁ, କାମରାଜ ସାହୁ, ଅନିଲ ସାହୁ, ସିମାଞ୍ଚଳ ସାହୁ, ସୌମ୍ୟ ରଞ୍ଜନ ଗୌଡ଼ ଆଦି ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.