ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍

add-all

ଫୁଲବାଣୀ (୨୬ ।୪) : କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ। କିନ୍ତୁ ବାପା ଜଣେ ନାମ ମାତ୍ର ଚାଷୀ ହୋଇଥିବାରୁ ଆର୍ଥକ ଅନଟନ ଯୋଗୁଁ ମାଟ୍ରିକ୍‍ ପାସ୍‍ ପରେ କଣ କରିବେ ସେ ବିଷୟରେ ମୀନାକ୍ଷୀ ଚିନ୍ତା କରିପାରୁନଥିଲେ। ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ିବାର ସ୍ୱପ୍ନ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିଶ୍ରୁତି ଅନୁସାରେ କିସରେ ଯୁକ୍ତ ଦୁଇ ବିଜ୍ଞାନରେ ମୀନାକ୍ଷୀଙ୍କ ନାମ ଲେଖାଯାଇଥିଲା। ଚଳିତବର୍ଷ ମୀନାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଥିବା ବେଳେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ‘ନିଟ୍‍’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କିସ୍‍ର ଅଧ୍ୟାପକମାନେ ତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଉଛନ୍ତି। ‘ନିଟ୍‍’ରେ କୃତକାର୍ଯ୍ୟ ହେବାପରେ ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ାର ସମସ୍ତ ଦାୟିତ୍ୱ କିସ୍‍ ଫାଉଣ୍ଡେସନ୍‍ ନେବ।

ad-week
Leave A Reply

Your email address will not be published.